ଯାଜପୁର: ଧର୍ମଶାଳା ପୋଲିସ ପଞ୍ଝାରେ ୩ ହାଇୱେ ଲୁଟେରା, ବନ୍ଧୁକ ସହ ବାଇକ ଓ ମୋବାଇଲ ଜବତ

ଯାଜପୁର (କେନ୍ୟୁଜ): ଧର୍ମଶାଳା ପୋଲିସ ଏକ ଲୁଟ ଘଟଣାର ତଦନ୍ତ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨ ଟି ଦେଶୀ ବନ୍ଧୁକ, ଗୋଟିଏ ବାଇକ ଓ ୫ଗୋଟି ମୋବାଇଲ ଜବତ କରିଛି । ସୂଚନା ମୁତାବକ ଗତ ୧୬ ତାରିଖ ରାତି ପ୍ରାୟ ୧୦ ଟା ସମୟରେ କାଏମା- ରମାପୁର ନଦୀବନ୍ଧ ରାସ୍ତାର ମିର୍ଜାପୁର ଗଡା ନିକଟରେ ସ୍ଥାନୀୟ ଜଣେ ବ୍ୟକ୍ତି ମୋବାଇଲ ଫୋନରେ କଥା ହେଉଥିବା ବେଳେ ୩ ଜଣ ଦୁବୃତ ଏକ ବାଇକରେ ଆସି ତାଙ୍କୁ ବନ୍ଧୁକ ଦେଖାଇ ଭୟଭିତ କରିବା ସହ ତାଙ୍କ ନିକଟରୁ ମୋବାଇଲ ଫୋନ ଓ ୫ ହଜାର ଟଙ୍କା ଲୁଟିନେଇ ଫେରାର ହୋଇଯାଇଥିଲେ । ଏସମ୍ପର୍କରେ ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ।

jajpur lootଗତ କାଲି ରାତିରେ ଏହି ଲୁଟ ଘଟଣାରେ ସମ୍ପୃକ୍ତ ଥିବା ଏହି ଥାନା ଶ୍ରୀରାମପୁର ଗ୍ରାମର ଉପେନ୍ଦ୍ର ସାହୁଙ୍କ ପୁଅ ଜନ୍ମେଜୟ ସାହୁ, ବଡଚଣା ଥାନା ଅନ୍ତର୍ଗତ ନୁଆସୁଙ୍ଗୁଡା ଗ୍ରାମରେ ଭଡାରେ ରହୁଥିବା ଧର୍ମଶାଳା ଥାନା ଚହଟା ଗ୍ରାମର ମନୋଜ ମହାନ୍ତିଙ୍କ ପୁଅ ସର୍ବଶକ୍ତି ମହାନ୍ତି ଓରଫ ଚିକୁ ଓ ବଡଚଣା ଥାନା ଗୁଂଠୁଣୀ ଗ୍ରାମର ଗୋପାଳ ଜେନାଙ୍କ ପୁଅ ବାପି ଜେନାଙ୍କୁ ଗିରଫ କରିଥିଲା ବିଶେଷତଃ ଏମାନେ ରାସ୍ତାରେ ଏକୁଟିଆ ଦେଖି ବନ୍ଧୁକ ମୁନରେ ଭୟଭିତ କରାଇ ସେମାନଙ୍କ ଠାରୁ ଟଙ୍କା, ସୁନା ଓ ମୋବାଇଲ ଲୁଟ କରିଥାନ୍ତି । ଜିଲ୍ଲା ତଥା ଜିଲ୍ଲା ବାହାରେ ବିଭିନ୍ନ ଥାନାରେ ଏମାନଙ୍କ ନାମରେ ଏକାଧିକ ମାମଲା ରହିଥିବା ପୋଲିସ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.