୩୭ ଆଦିବାସୀ ପରିବାରଙ୍କ ଦୁଃଖ ବୁଝିଲେ ଧର୍ମଶାଳା ତହସିଲଦାର, ଯୋଗାଇ ଦେଲେ ଅଟା, ଜାଇ, ତେଲ, ସୁଜି, ଚୁଡା, ଚିନି ଓ ସାବୁନ

ଯାଜପୁର (କେନ୍ୟୁଜ୍‌): କରୋନା ସହ ଏବେ ସାରା ରାଜ୍ୟ ଲଢୁଛି । ଲକ ଡାଉନ ପରିସ୍ଥିତି ଜାରି । ଏଭଳି ସ୍ଥଳେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି ଦିନ ମଜୁରିଆ ତଥା ଗରିବ ଶ୍ରେଣୀର ଲୋକେ । ଲକଡାଉନ ଯୋଗୁ କାମଧନ୍ଦା ବନ୍ଦ ଥିବାରୁ ସେମାନେ ଘରୁ ବାହାରି ନପାରିବା ସହ ଭୋକ ଉପାସରେ ଦିନ କାଟୁଛନ୍ତି । ଏହି ସମୟରେ ସେମାନଙ୍କୁ ସହଯୋଗର ହାତ ବଢାଉଛନ୍ତି ଅନେକ ସହୃଦୟ ବ୍ୟକ୍ତି । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଗାନ୍ଧିଛକ ନିକଟରେ ବହୁ ବର୍ଷ ଧରି ରହିଆସୁଛନ୍ତି ୩୭ଗୋଟି ଆଦିବାସୀ ପରିବାର । ଲକ ଡାଉନ ପ୍ରଭାବରେ ପ୍ରଭାବିତ ହୋଇଛନ୍ତି ଏହି ପରିବାର । ଏହାକୁ ଦୃଷ୍ଟିରେ ରଖି ଧର୍ମଶାଳା ତହସିଲ ପ୍ରଶାସନ ପକ୍ଷରୁ ଚଣ୍ଡିଖୋଲ ମହାବିନାୟକ ଲଘୁ ଖଣିଜ ପରିବହନ ଓ ମାଲିକ
ସଂଘକୁ ଏହି ପରିବାରଙ୍କୁ ସହଯୋଗ କରିବାକୁ ଆଗେଇ ଆସିବାକୁ କହିଥିଲେ ।

dharmasala tahasildar

ତଦନୁଯାୟୀ ଆଜି ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା, ଅତିରିକ୍ତ ତହସିଲଦାର ଦେବୀ ପ୍ରସନ୍ନ ମହାନ୍ତି, ସଂଘର ସଭାପତି ଅଜାମ୍ବର ସାହୁ, ସଂପାଦକ ଚନ୍ଦନ କୁମାର ନାୟକ ପ୍ରମୁଖ ଆଦିବାସୀ ବସ୍ତିରେ ପହଂଚି ଶୁଖିଲା ଖାଦ୍ୟ ବଂଟନ କରିଥିଲେ । ଏଥିରେ ଅଟା, ଜାଇ, ତେଲ, ସୁଜି, ଚୁଡା, ଚିନି, ସାବୁନ ଆଦି ସାମଗ୍ରୀ ରହିଥିବା ବେଳେ ଲକ ଡାଉନ ବଳବତର ଥିବା ପର୍ଯ୍ୟନ୍ତ ଏହି ପରିବାରଙ୍କୁ ସହଯୋଗ ଯୋଗାଇ ଦିଆଯିବ । ବର୍ତମାନ ସରକାର ଗରିବ ଲୋକାମାନଙ୍କୁ ଚାଉଳ ପ୍ରଦାନ କରୁଥିବା ବେଳେ ଏଭଳି ଶୁଖିଲା ଖାଦ୍ୟ ସେମାନଙ୍କ ପାଇଁ ବେଶ ଉପଯୋଗୀ ହେବ ବୋଲି ତହସିଲଦାର ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.