ଆଇନଶୃଙ୍ଖଳା ପରିସ୍ଥିତି ନେଇ ଧର୍ମେନ୍ଦ୍ର-ସସ୍ମିତ ପାତ୍ର ମୁହାଁମୁହିଁ, ଟ୍ବିଟରେ ଚାଲିଛି ଓ୍ୱାର୍

ସସ୍ମିତ କହିଛନ୍ତି- ଶାନ୍ତିପ୍ରୀୟ ରାଜ୍ୟକୁ ବଦନାମ କରୁନ୍ତୁ ନାହିଁ କେନ୍ଦ୍ରମନ୍ତ୍ରୀ । ରାଜନୀତି ପାଇଁ ଓଡ଼ିଶାବାସୀଙ୍କୁ ବଦନାମ କରନ୍ତୁ ନାହିଁ । ଦୀର୍ଘବର୍ଷ କେନ୍ଦ୍ରମନ୍ତ୍ରୀ ରହିବା ସତ୍ତେ୍ଵ ଅପରାଧ ଓ ଆଇନ ଶୃଙ୍ଖଳା ଭିତରେ ଫରକ ଜାଣିପାରିଲେ ନାହିଁ ।

କେନ୍ୟୁଜ୍(ବ୍ୟୁରୋ): ଧର୍ମେନ୍ଦ୍ର-ସସ୍ମିତ ପାତ୍ର ମୁହାଁମୁହିଁ । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଟ୍ଵିଟ୍‌ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯାହାର କଡ଼ା ଜବାବ ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଝାରସୁଗୁଡ଼ା ଅପହରଣ ଓ ହତ୍ୟା ପ୍ରସଙ୍ଗରେ ଟ୍ଵିଟ୍‌ କରି ଧର୍ମେନ୍ଦ୍ର କହିଛନ୍ତି, ରାଜ୍ୟରେ ସାଧାରଣ ନାଗରିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନିଅନ୍ତୁ ସରକାର । ଝାରସୁଗୁଡ଼ାରେ ନିୟମିତ ଘଟି ଚାଲିଥିବା ଅପରାଧ ଚିନ୍ତାର ବିଷୟ ।

ଜବାବରେ ସସ୍ମିତ ପାତ୍ର ପଢାଇଛନ୍ତି ଆଇନଶୃଙ୍ଖଳା ଓ ଅରାଜକତାର ପାଠ । ସସ୍ମିତ କହିଛନ୍ତି- ଶାନ୍ତିପ୍ରୀୟ ରାଜ୍ୟକୁ ବଦନାମ କରୁନ୍ତୁ ନାହିଁ କେନ୍ଦ୍ରମନ୍ତ୍ରୀ । ରାଜନୀତି ପାଇଁ ଓଡ଼ିଶାବାସୀଙ୍କୁ ବଦନାମ କରନ୍ତୁ ନାହିଁ । ଦୀର୍ଘବର୍ଷ କେନ୍ଦ୍ରମନ୍ତ୍ରୀ ରହିବା ସତ୍ତେ୍ଵ ଅପରାଧ ଓ ଆଇନ ଶୃଙ୍ଖଳା ଭିତରେ ଫରକ ଜାଣିପାରିଲେ ନାହିଁ । ପଦମପୁର ଉପର୍ନିବାଚନ ସମୟରେ ଜିଏସଟି ରେଡ ସମୟରେ ବିଜେପି ନେତାଙ୍କ ଗଣ୍ଡଗୋଳ କରିବାକୁ ଅରାଜକତା ବୋଲି କୁହାଯାଏ । ଏଥିସହ ଏନସିଆରବି ରିପୋର୍ଟ ୨୦୨୧ ଅନୁସାରେ ବିଜେପି ଶାସିତ ରାଜ୍ୟରେ ଅଧିକ ହତ୍ୟା ଓ ଦୁଷ୍କର୍ମ ଭଳି ଘଟଣା ଘଟିଛି । ୟୁପି, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଭଳି ବିଜେପି ଶାସିତ ରାଜ୍ୟରେ ଅପରାଧର ହାର ଅଧିକ ବୋଲି ସସ୍ମିତ ପାତ୍ର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.