ଆଜି ବାଲେଶ୍ୱର ଯିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡା ଓ ପ୍ରେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବାଲେଶ୍ୱର (କେନ୍ଯୁଜ୍) : ଆଜି ବାଲେଶ୍ୱର ଯିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡା ଓ ପ୍ରେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବାମପଦାରେ AIIMS SUPER SPECIALITY SATELITE ସେଣ୍ଟରର ଶିଳାନ୍ୟାସ କରିବେ । ତେବେ ଏହାକୁ ନେଇ ରାଜନୀତି ଜୋର ଧରିଛି । ବାଲେଶ୍ୱରରେ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଥିବା ବେଳେ ଆଉ ୭ ଦିନ ପରେ ମୁଖ୍ୟମନ୍ତ୍ରୀ ଏହାର ଉଦଘାଟନ କରିବେ । ଏହା ପୂର୍ବରୁ AIIMS SUPER SPECIALITY SATELITE ସେଣ୍ଟରର ଉଦଘାଟନ ଲୋକ ଦେଖାଣିଆ ଓ ପ୍ରଚାର ସର୍ବସ୍ୱ ବୋଲି କଂଗ୍ରେସ ଅଭିଯୋଗ କରିଛି । ଏପରିକି ୨୦୧୪ ମସିହାରେ ଭୁବନେଶ୍ୱର ଏମ୍ସ ଉଦଘାଟନ ବେଳେ ତତକାଳୀନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ବାଲେଶ୍ୱରରେ ଏମସର ଶାଖା ପାଇଁ ଘୋଷଣା କରିଥିଲେ ବୋଲି ଦଳ କହିଛି । ଏଥିପାଇଁ ୟୁପିଏ ସରକାର ଅମଳରେ ଟଙ୍କା ମଞ୍ଜୁର ହୋଇଥିବା ପୂର୍ବତନ ସାଂସଦ ଶ୍ରୀକାନ୍ତ ଜେନା କହିଛନ୍ତି ।