ଢେଙ୍କାନାଳ ଭୁବନ ଠାରେ ତ୍ରିରଙ୍ଗା ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଢେଙ୍କାନାଳ(କେନ୍ୟୁଜ୍): ଢେଙ୍କାନାଳ ଜିଲ୍ଲା ଭୁବନ ଠାରେ ତ୍ରିରଙ୍ଗା ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶହୀଦ ବାଜି ରାଉତଙ୍କ ଜନ୍ମସ୍ଥାନରୁ ସାଧାରଣ ଜନତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ତ୍ରିରଙ୍ଗା ପଦଯାତ୍ରାରେ ସାମିଲ ହୋଇଛନ୍ତି ଧର୍ମେନ୍ଦ୍ର। ହର୍‌ ଘର୍‌ ତ୍ରିରଙ୍ଗା ଅଭିଯାନକୁ ଜନଆନ୍ଦୋଳନର ରୂପ ଦେବାକୁ ସେ ଆହ୍ଵାନ କରିଛନ୍ତି। ଏହାସହ ଅଗଷ୍ଟ ୧୩ ରୁ ୧୫ ଯାଏଁ ଘରେ ଘରେ ତ୍ରିରଙ୍ଗା ଲଗାଇବା ପାଇଁ ସାଢ଼େ ୪ କୋଟି ଓଡ଼ିଆଙ୍କୁ ନିବେଦନ କରିଛନ୍ତି। ଏହାସହ ଜାତୀୟ ଏକତା, ଶାନ୍ତି ଓ ସାମାଜିକ ସୌହାର୍ଦ୍ଦର ବାର୍ତ୍ତା ବାଣ୍ଟିବା ପାଇଁ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି। ଏହାସହ ଶହୀଦ ବୀର ବାଜି ରାଉତ ସ୍ମୃତିପୀଠସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ଧର୍ମେନ୍ଦ୍ର।

ପରେ ଢ଼େଙ୍କାନାଳ ସଦର ମହକୁମାରେ ପ୍ରଧାନମନ୍ତ୍ରୀଙ୍କ ମନ୍‌ କି ବାତ୍‌ ଶୁଣିଲେ କେନ୍ଦ୍ରମନ୍ତ୍ରୀ। ଭାରତର ଲୋକ ପରମ୍ପରା ବିଶ୍ୱ ସ୍ତରକୁ ନେବାରେ ପିଏମ୍‌ ମନ କି ବାତ ଏକ ବଡ଼ ମାଧ୍ୟମ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନରେ ସ୍ୱପ୍ନର ଭାରତ ନିର୍ମାଣ କରିବା ପାଇଁ କର୍ତ୍ତବ୍ୟ ପଥରେ ଅଗ୍ରସର ହେବାକୁ ପରାମର୍ଶ ଦେଇଛନ୍ତି। ପରେ ଢ଼େଙ୍କାନାଳ ଜିଲ୍ଲାର ‘ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିଦର୍ଶନ କରିଥିଲେ ଧର୍ମେନ୍ଦ୍ର। ସ୍କୁଲ ପାଠ୍ୟ ଖସଡ଼ାରେ ଇତିହାସ ପୃଷ୍ଠାରେ ଅନାଲୋଚିତ ସଂଗ୍ରାମୀଙ୍କ କାହାଣୀକୁ ସାମିଲ କରିବା ପାଇଁ ପ୍ରଶିକ୍ଷକଙ୍କୁ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.