କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୪ତମ ପ୍ରତିଷ୍ଠା ଦିବସ: ଉତ୍ସବରେ ଯୋଗ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କୋରାପୁଟ(କେନ୍ୟୁଜ୍): କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୪ତମ ପ୍ରତିଷ୍ଠା ଦିବସ ପାଳିତ। ଏହି ଉତ୍ସବରେ ଭିଡିଓ କନ୍‌ଫରେନ୍‌ସିଂରେ ଯୋଗ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କୋରାପୁଟର ସୁପର ଫୁଡକୁ ଅନ୍ତରାଷ୍ଟ୍ରୀୟ ସ୍ତରକୁ ନେବାରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସହଯୋଗୀ ହେଉ। କୋରାପୁଟରେ ଜୈବିକ ଚାଷ ପ୍ରଣାଳୀରେ ଉତ୍ପାଦିତ ଧାନ, ଆମ୍ବ, ମାଣ୍ଡିଆ, ପନିପାରିବା, କଫି ସ୍ୱତନ୍ତ୍ର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।

ଜନଜାତିଙ୍କୁ ସ୍ଥାନୀୟ ଭାଷାରେ ଶିକ୍ଷା ଦିଆଗଲେ ସେମାନଙ୍କ ପ୍ରାଥମିକ ଶିକ୍ଷା ବିକାଶରେ ଅଭିବୃଦ୍ଧି ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଦାରିଦ୍ରତାକୁ ଦୂର କରିବାର ଶିକ୍ଷା ଏକମାତ୍ର ଚାବିକାଠି । ଶିକ୍ଷାର ସଦୁପଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ଶିକ୍ଷା ନୀତିର କଳ୍ପନା କରିଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି। ଅପାର ସମ୍ଭାବନାର ଅଞ୍ଚଳର କୋରାପୁଟକୁ ବିର୍ନିମାଣ କ୍ଷେତ୍ରର ପେଣ୍ଠସ୍ଥଳୀ କରିବାକୁ ଲକ୍ଷ୍ୟ ରଖାଯାଇଛି। ପରିଶ୍ରମ, ପରାକାଷ୍ଠା ଓ ପୁରୁଷାର୍ଥ ବଳରେ ନିଷ୍ପେସିତ ଲୋକଙ୍କ ଦାୟିତ୍ୱ ନେବାକୁ ସେ ଆହ୍ଵାନ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.