ରାଜ୍ୟ ସରକାରଙ୍କ ଗରିବଙ୍କ ପ୍ରତି ଦରଦ ନାହିଁ : ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ବର : ପେଟ୍ରୋଲ, ଡିଜେଲ ଉପରୁ ଭ୍ୟାଟ୍ ଛାଡ଼ ନେଇ କେନ୍ଦ୍ରର ଅପିଲ ପରେ ମଧ୍ୟ ରାଜ୍ୟ ସରକାର ଭାଟ କାଟି ନାହାନ୍ତି । ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ରାଜ୍ୟ ଅର୍ଥମନ୍ତ୍ରୀ ଯାହା କହିଛନ୍ତି , ତାହା ସମ୍ବେଦନହୀନ । ରାଜ୍ୟ ସରକାରଙ୍କ ଗରିବଙ୍କ ପ୍ରତି ଦରଦ ନାହିଁ । କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି । ସେପଟେ ଭାଟ ଛାଡ଼ ପ୍ରସଙ୍ଗରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ପ୍ରତିକ୍ରିୟାରେ କହିଛନ୍ତି, ଏ ନେଇ ତର୍ଜମା ଚାଲିଛି, ନିଷ୍ପତ୍ତି ନିଆଯିବ । ୧୨ଟି ରାଜ୍ୟରେ ଆମଠୁ ଅଧିକ ଦାମରେ ତୈଳ ବିକ୍ରି ହେଉଛି । ଲିଟର ପିଛା ୫ ଟଙ୍କା କମାଇବାକୁ ଦାବି କରିଥିଲୁ । କେନ୍ଦ୍ର ୨.୫୦ ଟଙ୍କା କମାଇଲେ ରାଜସ୍ୱ ହ୍ରାସ ହେଉଛି । ଏଥିରେ ଓଡ଼ିଶା ଲିଟର ପିଛା ୫୧ ପଇସା ରାଜସ୍ୱ ହରାଉଛି ବୋଲି ସେ କହିଛନ୍ତି ।
ନିଶ୍ଚିତ ପଢନ୍ତୁ ଏହି ସବୁ ଷ୍ଟୋରୀ