ପୁରୀ ଗସ୍ତରେ ଆସି ଶ୍ରୀଜିଉଙ୍କୁ ଦର୍ଶନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁରୀ(କେନ୍ୟୁଜ୍): ପୁରୀ ଗସ୍ତରେ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ତାଙ୍କୁ ଦଳୀୟ କର୍ମୀ ଓ ସେବାୟତ ସ୍ୱାଗତ କରିଥିଲେ । ପାଖାପାଖି ଅଧଘଣ୍ଟା ଶ୍ରୀମନ୍ଦିର ଭିତରେ ବିତାଇଥିଲେ କେନ୍ଦ୍ରମନ୍ତ୍ରୀ । ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରିଥିଲେ ।

ଏହା ଜୀବନରେ ପ୍ରଥମ ମଙ୍ଗଳ ଆଳତି ଦର୍ଶନ ହୋଇଥିବାରୁ ନିଜକୁ ଧନ୍ୟ ମନେ କରିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି କେନ୍ଦ୍ରୀୟ ସଂସ୍କୃତି ବିଦ୍ୟାଳୟର ସଦାଶିବ ପରିସରରେ ରାଷ୍ଟ୍ରୀୟ ବେଦ ବିଦ୍ୟାଳୟ ଓ ହିନ୍ଦୁ ଅଧ୍ୟନ କେନ୍ଦ୍ରର ସେ ଲୋକାର୍ପଣ କରିବା । ବେଦ ବିଦ୍ୟାଳୟର ଲୋକାର୍ପଣ ଆଧୁନିକ କୌଶଳ ମାଧ୍ୟମରେ ଧର୍ମୀୟ ଶିକ୍ଷା ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.