ଗୋପିନାଥ ମନ୍ଦିରର ପୁନରୁଦ୍ଧାର ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୟାଗଡ଼(କେନ୍ଯୁଜ୍): ନୟାଗଡ଼ରେ ଠାବ ପ୍ରାଚୀନ ମନ୍ଦିରର ପୁନଃରୁଦ୍ଧାର ପାଇଁ କେନ୍ଦ୍ରକୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଚିଠି ଲେଖି ଧର୍ମେନ୍ଦ୍ର ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି । ୫ଶହ ବର୍ଷ ତଳର ଏହି ପ୍ରାଚୀନ ଗୋପିନାଥ ମନ୍ଦିରର ପୁନଃରୁଦ୍ଧାର ସହ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସେ ଚିଠିରେ ଉଲ୍ଲେଖ କରିଛନ୍ତି । ଭାରତୀୟ ପ୍ରତ୍ନତତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ଅଧିକାରୀଙ୍କୁ ଏନେଇ ନିର୍ଦ୍ଦେଶ ଦେବାକୁ ସେ ଚିଠିରେ ଅନୁରୋଧ କରିଛନ୍ତି ।

ଧର୍ମେନ୍ଦ୍ର ଲେଖିଛନ୍ତି, ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଆଣ୍ଡ କଲଚରାଲ ହେରିଟେଜ୍‌ ଏହି ମନ୍ଦିରର ପରୀକ୍ଷଣ କରୁଛି । ମନ୍ଦିରର ପ୍ରମୁଖ ଐତିହାସିକ ମହତ୍ୱ ରହିଛି । ନଦୀ ଗର୍ଭରେ ଲୀନ ହୋଇଯାଇଥିବା ଏହି ମନ୍ଦିରର ପ୍ରତିମା ନୟାଗଡ଼ ପଦ୍ମାବତି ଗାଁର ବୈଦେଶ୍ୱର ନିକଟ ମହାନଦୀ ମଝିରେ ଠାବ ହୋଇଛି । ସୂଚନା ମୁତାବକ ମନ୍ଦିରଟି ୧୫ ଶହ ଶତାବ୍ଦୀର ଶେଷ କିମ୍ବା ୧୬ଶହ ଶତାବ୍ଦୀର ପ୍ରାରମ୍ଭରେ ତିଆରି ହୋଇଥିବା ଜଣାପଡୁଛି । ୧୯୩୩ ମସିହାରେ ହୋଇଥିବା ବନ୍ୟାରେ ମନ୍ଦିରଟି ମହାନଦୀ ଗର୍ଭରେ ଲୀନ ହୋଇଯାଇଥିବା ଆକଳନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.