ଢେଙ୍କାନାଳରେ ପର୍ଯ୍ୟଟନର ଭିତ୍ତିଭୂମିର ବିକାଶ ପାଇଁ  କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ସ୍ୱତନ୍ତ୍ର ପ୍ୟାକେଜ ମଞ୍ଜୁର କରିବାକୁ ଅନୁରୋଧ

କେନ୍ୟୁଜ୍(ବ୍ୟୁରୋ): କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି । ଢେଙ୍କାନାଳରେ ପର୍ଯ୍ୟଟନର ଭିତ୍ତିଭୂମିର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ମଞ୍ଜୁର କରିବାକୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ମନ୍ତ୍ରୀ ଜି କିଷାନ ରେଡ୍ଡୀଙ୍କୁ ଚିଠି ଲେଖି ଅନୁରୋଧ କଲେ । ଢେଙ୍କାନାଳରେ ପର୍ଯ୍ୟଟନ କ୍ଷେତ୍ରରେ ଥିବା ବ୍ୟାପକ ସମ୍ଭାବନା ନେଇ ଅବଗତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପର୍ଯ୍ୟଟନର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଦିଆଗଲେ ଢେଙ୍କାନାଳରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ହେବାସହ ଅଞ୍ଚଳ ଓ ଆଖପାଖ ଅଞ୍ଚଳର ବିକାଶ ଘଟିବ । କପିଳାସ ଯୋରନ୍ଦା ପୀଠ, ସପ୍ତଶଯ୍ୟା, ରାଜବାଟୀ ପର୍ଯ୍ୟଟନ ବିକାଶ ପାଇଁ ଅପାର ସମ୍ଭାବନା ରହିଛି । ସ୍ୱଦେଶ ଦର୍ଶନ ଯୋଜନାରେ ଆଧ୍ୟାତ୍ମିକ ସର୍କିଟର ବିକାଶ ପାଇଁ ଢେଙ୍କାନାଳ ଅପାର ସୁଯୋଗ ରହିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

 

Leave A Reply

Your email address will not be published.