ଢେଙ୍କାନାଳ : ଟ୍ରକ ଧକ୍କାରେ ମହିଳା ମୃତ, ସ୍ଵାମୀ ଓ ପୁଅ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଢେଙ୍କାନାଳ (କେନ୍ୟୁଜ) : ଢେଙ୍କାନାଳ କଣ୍ଟାବଣିଆ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ଇଟାପ ଛକ ନିକଟରେ ଟ୍ରକ ଧକ୍କାରେ ମହିଳା ମୃତ, ମହିଳାଙ୍କ ସ୍ଵାମୀ ଓ ପୁଅ ଗୁରୁତର ହୋଇଛନ୍ତି । ମୃତ ସ୍ତ୍ରୀ ଲୋକର ସ୍ଵାମୀ ସୁବାସ ଚନ୍ଦ୍ର ନନ୍ଦ ବାଇକ ଯୋଗେ ବଅରପାଳରୁ ସ୍ତ୍ରୀ ଓ ପୁଅକୁ ଧରି ମହାଳୟା ଶ୍ରାଦ୍ଧ ପାଇଁ ସସୁର ଘର ଧଳପୁର ଆସୁଥିବା ବେଳେ ଇଟାପ ଛକରେ ଏକ ଟ୍ରକ ଧକ୍କାରେ ସ୍ତ୍ରୀ ମୃତ ହୋଇ ଥିବା ବେଳ ପୁଅ ଓ ସ୍ଵାମୀ ଗୁରୁତର ହୋଇ ସ୍ଥାନୀୟ ମେରା ମଣ୍ଡଳୀ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

ମୃତ ମହିଳାଙ୍କ ଜଣଙ୍କ ଗଁଦିଆ ଥାନା ବନବାସପୁରର ସୁବାଷ ଚନ୍ଦ୍ର ନନ୍ଦଙ୍କ ପତ୍ନୀ ମନୋରମା ମିଶ୍ର ବୋଲି ଜଣାପଡିଛି । ବାଇକ ଯୋଗେ ଯାଉଥିବା ବେଳେ ପଛ ପଟରୁ ଏକ କୋଇଲା ବୋଝେଇ ଟ୍ରକ ଧକ୍କାରେ ଦେଇଥିଲା । ଘଟଣା ସ୍ଥଳରେ ମନୋରମାଙ୍କ ମୃତ୍ୟୁ ହୋଇଥିବା ଥାନା ପକ୍ଷରୁ ସୂଚନା ମିଳିଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ଆହାତଙ୍କୁ ମେଡିକାଲ ପଠାଇଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.