ବାତ୍ୟା ଦାନା ପାଇଁ ଢେଙ୍କାନାଳ ପ୍ରଶାସନ ସଜାଗ, ପଲ୍ଲିଶ୍ରୀ ମେଳାର ସମସ୍ତ ଷ୍ଟଲ ଓ ଉଠା ଦୋକାନୀ ବନ୍ଦ

ଢେଙ୍କାନାଳ :  ଢେଙ୍କାନାଳରେ ଗଜଲକ୍ଷ୍ମୀ ପୂଜା ପାଇଁ ଲାଗିଥିବା ବଡ ବଡ କପଡା ଗେଟ ଓ ଲାଇଟ୍ ଗେଟ ଖୋଲାଯାଉଛି  ।  ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଉଠା ଦୋକାନୀଙ୍କୁ ନିଜ ନିଜ ଅଞ୍ଚଳକୁ ପଠାଇ ଦିଆଯାଉଛି  ।  ରାଜ୍ୟ ବାହାରୁ ଆସିଥିବା ଉଠା ଦୋକାନୀଙ୍କୁ ଅର୍ବାନ ସେଣ୍ଟର ହୋମରେ ରଖାଯିବ ।  ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ଅଗ୍ନଶ୍ରମ ବିଭାଗ ପ୍ରସ୍ତୁତ ରହିଛି  ।  ପଲ୍ଲୀଶ୍ରୀ ମେଳାରେ ଲାଗିଥିବା ସମସ୍ତ ଷ୍ଟଲ ଓ ଉଠା ଦୋକାନ ବନ୍ଦ କରାଯାଇଛି ।

ଜିଲ୍ଲାର ମୋଟ ଆଠଟି ବାତ୍ୟା ଆଶ୍ରୟସ୍ଥଳୀ ରହିଛି ।  ଆବଶ୍ୟକ ପଡିଲେ ଲୋକଙ୍କୁ ସୁରକ୍ଷିତ ଯାଗାକୁ ସ୍ଥାନାନ୍ତର କରାଯିବ ।  ଅତ୍ୟାବଶ୍ୟକ ସାମଗ୍ରୀ କିଭଳି କଳାବଜାରୀ ନହେବ ସେଥିପାଇଁ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଟିମ ଗଠନ କରାଯାଇଛି  ।  ଜିଲ୍ଲାର ୪୩୭ ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଛି ।  ସେମାନଙ୍କୁ ନିକଟସ୍ଥ ସିଏଚସି ପିଏଚସିରେ ଭର୍ତ୍ତି କରାଯିବ ।

 

You might also like