ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଅବକାରୀ ଅଧିକ୍ଷକ: ୮ଟି ପ୍ଲଟ ଓ ୨ଟି ବେନାମୀ ୪ ଚକିଆ ଗାଡ଼ି ଠାବ

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଅବକାରୀ ଅଧିକ୍ଷକ କ୍ରିଷ୍ଣା ନାୟକ । ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ଚାଲିଛି ଚଢଉ । କ୍ରିଷ୍ଣାଙ୍କର ୨ଟି ବହୁତଳ କୋଠା ରହିଥିବା ବେଳେ ୮ଟି ବହୁମୂଲ୍ୟ ଜାଗା, ୨ଟି ବେନାମୀ ୪ଚକିଆ ଗାଡ଼ି ଠାବ ହୋଇଛି । କଟକ ଜିଲ୍ଲାର ଜଗତପୁର ଠାରେ ୪ହଜାର ୬୫୫ ବର୍ଗଫୁଟର ଏକ ତିନି ମହଲା କୋଠା ରହିଛି । ପୁରୀ କୁମ୍ଭାରପଡ଼ା ଠାରେ ୧୪ଶହ ବର୍ଗଫୁଟର ଏକ କୋଠା ରହିଛି । କଟକରେ ୪ଟି, ପୁରୀ ଓ ଜଗତସିଂହପୁରରେ ୨ଟି ଲେଖାଏଁ ବହୁମୂଲ୍ୟ ଜାଗା ରହିଛି । ଏହା ସହ ୨ଟି ବେନାମୀ ଗାଡ଼ି ମଧ୍ୟ ତାଙ୍କ ଠାରୁ ଠାବ ହୋଇଛି । ବ୍ୟାଙ୍କ ଜମା ଓ ଅନ୍ୟାନ୍ୟ ସଞ୍ଜୟ ଅର୍ଥର ଛାନବିନ କରାଯାଉଛି । ଗତକାଲି ଅବକାରୀ ଅଧିକ୍ଷକ କ୍ରିଷ୍ଣା ନାୟକଙ୍କ ଠାରୁ ୩ଲକ୍ଷ ଟଙ୍କା ନଗଦ ଜବତ କରାଯାଇଥିଲା । ଏନେଇ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ।
ଆହୁରି ପଢ଼ନ୍ତୁ : ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ ନିକଟକୁ ଧାଇଁ ଆସିଲେ ୮୫ ବର୍ଷୀୟା ବୃଦ୍ଧା, ମୁଣ୍ଡିଆ ମାରି କଲେ କ୍ଷୋଭ…