ଢେଙ୍କାନାଳ ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକ ଗିରଫ, ଟଙ୍କା ସହ ଧରାପଡ଼ିବା ପରେ ୫ଟି ସ୍ଥାନରେ ରେଡ୍‌ ହୋଇଥିଲା

ଢେଙ୍କାନାଳ:  ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ଅବକାରୀ ଅଧୀକ୍ଷକ । ଢେଙ୍କାନାଳ ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକଙ୍କୁ ଗିରଫ କଲା ଭିଜିଲାନ୍ସ । ଗିରଫ ପରେ କୌର୍ଟ ଚାଲାଣ କରିଛି ଭିଜିଲାନ୍ସ । ଗତକାଲି ୩ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଢେଙ୍କାନାଳ ଦେଉଳସାହି ରୋଡ଼ରେ ଧରିଥିଲା ଭିଜିଲାନ୍ସ ।  ଏକ ସ୍କର୍ପିଓ ଗାଡ଼ିରେ ଟଙ୍କା ନେଇ ଯାଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ ।

ସେପଟେ ଗାଡିରୁ ମିଳିଥିବା ଟଙ୍କା ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ ଅବକାରୀ ଅଧିକ୍ଷକ ଶ୍ରୀମତୀ ନାୟକ । ଟ୍ରାପ ପରେ ଆୟ ବହିର୍ଭୂତ ସମ୍ପତ୍ତି ଯାଞ୍ଚ କରିଥିଲା ଭିଜିଲାନ୍ସ । ଶ୍ରୀମତୀ ନାୟକଙ୍କ ୫ ଟି ସ୍ଥାନରେ ଏକ କାଳୀନ ଭିଜିଲାନ୍ସ ପକ୍ଷରୁ ରେଡ କରାଯାଇଥିଲା । ଭିଜିଲାନ୍ସର ଯାଞ୍ଚ ବେଳେ କଟକ ପୁରୀରେ ବହୁତାଳ ପ୍ରସାଦ , ଦୁଇଟି ବେନାମୀ ଗାଡି , ୮ ଟି ବହୁମୂଲ୍ୟ ପ୍ଲଟ , ୨୦ ଲକ୍ଷ ଡିପୋଜିଟ ଥିବା ଜାଣିବାକୁ ପାଇଥିଲା ଭିଜିଲାନ୍ସ । ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ଭିଜିଲାନ୍ସ କଟକ ଡିଭିଜନର ଏସପି ଏମ ରାଧାକ୍ରିଷ୍ଣ ।

 

ଆହୁରି ପଢ଼ନ୍ତୁ :  ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଅବକାରୀ ଅଧିକ୍ଷକ: ୮ଟି ପ୍ଲଟ ଓ ୨ଟି ବେନାମୀ ୪ ଚକିଆ ଗାଡ଼ି ଠାବ