ଡ଼େଙ୍କାନାଳ: ରଞ୍ଜାଗୋଳ ଗାଁ ସଭାପତିଙ୍କୁ ଗୁଳି ମାଡ, ଗୁରୁତର ଅବସ୍ଥାରେ କଟକ ଏସସିବି ସ୍ଥାନାନ୍ତର

guliଢେଙ୍କାନାଳ: ଗାଁ ସଭାପତିଙ୍କୁ ଗୁଳିମାଡ଼। ଖଜୁରିଆପଦା ଛକ ନିକଟରେ ଏହି ଗୁଳିକାଣ୍ଡ ହୋଇଛି। ରଞ୍ଜାଗୋଳ ଗାଁ ସଭାପତି ଲିଙ୍ଗରାଜ ସାହୁଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ଲିଙ୍ଗରାଜ ଏକ ଅଟୋରେ ଘରକୁ ଫେରୁଥିବାବେଳେ କାରରେ ୪ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇ ଫେରାର୍ ହୋଇଯାଇଥିଲେ। ଲିଙ୍ଗରାଜଙ୍କ ଦୁଇ ଗୋଡରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ସେପଟେ ସ୍ଥାନୀୟଲୋକେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ସାତମାଇଲି-ଗୁଡିଆକାଟେଣୀ ଛକରେ ରାସ୍ତା ଅବରୋଧ କରିଛନ୍ତି।

Leave A Reply

Your email address will not be published.