ଗଜଲକ୍ଷ୍ମୀ ପୂଜା ପାଇଁ ଉତ୍ସବ ମୁଖର ଢ଼େଙ୍କାନାଳ ସହର

ଢ଼େଙ୍କାନାଳ (କେନ୍ୟୁଜ୍) : ଗଜଲକ୍ଷ୍ମୀ ପୂଜା ପାଇଁ ଉତ୍ସବ ମୁଖର ଢ଼େଙ୍କାନାଳ ସହର । ସମଗ୍ର ସହର ରଂଗବେରଙ୍ଗ ଆଲୋକମାଳାରେ ଝଲସୁଛି । ଏବର୍ଷ ସହରରେ ୩୮ଟି ପୂଜା ମଣ୍ଡପରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । ସଂଧ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଆସନ୍ତା ୪ ତାରିଖରେ ମାଆଙ୍କ ଭସାଣୀ ଉତ୍ସବ ହେବ ।