ଢେଙ୍କାନାଳ : ଆରଟିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

rto raidଢେଙ୍କାନାଳ : ପୁଣି ଜଣେ ସରକାରୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଢେଙ୍କାନାଳ ଆରଟିଓ ବସନ୍ତ କୁମାର ବେହେରାଙ୍କ ଘରେ ଚଢାଉ କରାଯାଉଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । କଟକରେ ୨ଟି ଓ ଭୁବନେଶ୍ୱରର ଗୋଟିଏ ସ୍ଥାନରେ ଚଢାଉ ହେଉଛି । ବିଞ୍ଝାରପୁର ଶ୍ୱଶୁର ଘର, ଢେଙ୍କାନାଳ ଆରଟିଓ ଅଫିସରେ ମଧ୍ୟ ରେଡ୍ ଚାଲିଛି। ଚଢାଉ ନେଇ ଭିଜିଲାନ୍ସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.