ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଦର ଥାନା ଆଇଆଇସି, ଟ୍ରକ୍ ମାଲିକ ଠାରୁ ନେଉଥିଲେ ୩୦ହଜାର ଟଙ୍କା ଲାଞ୍ଚ

ଢେଙ୍କାନାଳ(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ପୋଲିସ ବାବୁ। ୩୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ଢେଙ୍କାନାଳ ସଦର ଥାନା ଆଇଆଇସି ଅଭିନବ ଡାଳୁଆ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଜଣେ ଟ୍ରକ ମାଲିକ ଠାରୁ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ସେଲ ତାଙ୍କୁ ଧରିଛି। କୋଇଲା ପରିବହନ କରୁଥିବା ଟ୍ରକ ମାଲିକଙ୍କ ଠାରୁ ପରିବହନ ସଂକ୍ରାନ୍ତୀୟ ମାମଲାରେ ଏହି ଲାଞ୍ଚ ନେଉଥିଲେ। ଲାଞ୍ଚ ନଦେଲେ କୋଇଲା ପରିବହନ କାରବାର ବନ୍ଦ କରିଦେବାକୁ ଆଇଆଇସି ଧମକ ଦେଇଥିଲେ।

ଏନେଇ ଟ୍ରକ ମାଲିକ ଅଗଷ୍ଟ ୨୪ ତାରିଖରେ ୧୫ହଜାର ଟଙ୍କା ଲାଞ୍ଚ ଦେଇଥିଲେ। କିନ୍ତୁ ଅଭିନବ ଡାଳୁଆ ଅଧିକ ଟଙ୍କା ଦାବି କରିବାକୁ ଟ୍ରକ ମାଲିକ ଜଣକ ଭିଜିଲାନ୍‌ସକୁ ଜଣାଇଥିଲେ। ଆଜି ଲାଞ୍ଚ ଟଙ୍କା ନେଉଥିବା ବେଳେ ଆଇଆଇସି ଡାଳୁଆଙ୍କୁ ଧରିଥିଲା ଭିଜିଲାନ୍‌ସ। ତାଙ୍କ ଠାରୁ ୩୦ହଜାର ଟଙ୍କା ଜବତ କରାଯାଇଛି।

ଅଭିନବ ଡାଳୁଆ ଢେଙ୍କାନାଳ ସଦର ଥାନା ଆଇଆଇସି ଭାବେ କାର୍ଯ୍ୟକରୁଥିବା ବେଳେ ବର୍ତ୍ତମାନ ସେ ଡିଏସପି ଭାବେ ପଦୋନ୍ନତି ପାଇଛନ୍ତି। କିଛି ଦିନ ମଧ୍ୟରେ ସେ ରାଉରକେଲାରେ ଡିଏସପି ଭାବେ ଯୋଗ ଦେବାର ଥିଲା। ଏହା ପୂର୍ବରୁ ତାଙ୍କୁ ଲାଞ୍ଚ ମାମଲାରେ ଧରିଛି ଭିଜିଲାନ୍‌ସ। ଡାଳୁଆଙ୍କ ଆୟବର୍ହିଭୁତ ସଂପତ୍ତି ନେଇ ୮ଟି ସ୍ଥାନରେ ଚଢଉ କରୁଛି ଭିଜିଲାନ୍‌ସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.