ଢେଙ୍କାନାଳ ସେଲଟର ହୋମ୍‌ କେଳେଙ୍କାରୀ ମାମଲା, ଅଧ୍ୟକ୍ଷ ଫୈଜ ରେହମାନ୍‌ଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଢେଙ୍କାନାଳ(କେନ୍ୟୁଜ୍) : ଢେଙ୍କାନାଳ ବେଲଟିକିରି ଡ୍ରିମ୍‌ ହୋମ୍‌ ସେଲଟର୍‌ କେଳେଙ୍କାରୀ ମାମଲାରେ ରିମାଣ୍ଡରେ ଗଲେ ଡାଡି। ୨ ଦିନିଆ ରିମାଣ୍ଡରେ ଯାଇଛନ୍ତି ଫୈଜ୍‌ ରେହମାନ। ଢେଙ୍କାନାଳ ପୋଲିସ ତାଙ୍କୁ ରିମାଣ୍ଡରେ ନେଇଛି। ଅଧିକ ପଚରା ଉଚରା ପାଇଁ ପୋଲିସ ୫ ଦିନିଆ ରିମାଣ୍ଡ ଆବେଦନ କରିଥିଲା। ତେବେ ଢେଙ୍କାନାଳ ପକ୍‌ସୋ କୋର୍ଟ ରେହମାନଙ୍କୁ ୨ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି।

slaକେନ୍ଦ୍ରର ପରିଚାଳକ ଓ ପ୍ରତିଷ୍ଠାତାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ ଅନ୍ତେବାସୀ । ଗୁଡ୍‌ ନ୍ୟୁଜ ଇଣ୍ଡିଆ ପରିଚାଳିତ ଏହି କେନ୍ଦ୍ରରେ ୬୨ଜଣ ପିଲା ରହୁଥିଲେ । ଅଭିଯୋଗ ପରେ ସେଲଟର୍‌ ହୋମ୍‌କୁ ବନ୍ଦ କରିବା ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଡ୍ରିମ୍‌ ହୋମ ସେଣ୍ଟର ପରିଚାଳକ ସୀମାଞ୍ଚଳ ନାୟକ ଓ ସହ ପରିଚାଳକଙ୍କୁ ଗିରଫ କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like