ଢେଙ୍କାନାଳ ବେଲଟିକିରି ସେଲ୍‌ଟର ହୋମ କେଳେଙ୍କାରୀ ମାମଲା , ଅଭିଯୁକ୍ତ ଫୟାଜ ରେହମାନଙ୍କ ଜାମିନ ଖାରଜ

ଢେଙ୍କାନାଳ(କେନ୍ୟୁଜ୍) : ଡାଡିଙ୍କୁ ମିଳିଲାନି ଜାମିନ୍‌। ଢେଙ୍କାନାଳ ବେଲଟିକିରି ସେଲ୍‌ଟର ହୋମ କେଳେଙ୍କାରୀ ମାମଲାରେ ମୁଖ୍ୟ ଅଭିଯୁକ୍ତ ଫୟାଜ ରେହମାନଙ୍କ ଜାମିନ ଖାରଜ। ସହଯୋଗୀ ଉଦିତ କୁମାର ଲିମାଙ୍କ ମଧ୍ୟ ଜାମିନ ଖାରଜ ହୋଇଯାଇଛି। ହାଇକୋର୍ଟ ଦୁଇ ଜଣଙ୍କ ଜାମିନ୍‌ ଆବେଦନକୁ ଖାରଜ କରି ଦେଇଛନ୍ତି। ପୂର୍ବରୁ କେୟାରଟେକରର ଜାମିନ ଖାରଜ ହୋଇଥିଲା। ଢେଙ୍କାନାଳ ବେଲଟିକିରି ସେଲଟର ହୋମ୍‌ରେ ଅନ୍ତେବାସୀଙ୍କୁ ଫୟାଜ୍‌ ରେହମାନ୍‌ ନିର୍ଯ୍ୟାତନା ଦେବା ନେଇ ଅଭିଯୋଗ ହୋଇଥିଲା।