Categories: ରାଜ୍ୟ

ପୁରୀ ସଦର ଡାକ୍ତରଖାନାରେ ଏମିତି ଚିକିତ୍ସା, ଗ୍ୟାସ୍‌କୁ କହିଲେ ମସ୍ତିଷ୍କରେ ବ୍ଲଡ୍‌ କ୍ଲଟ୍‌

ପୁରୀ : ଡାକ୍ତର ଭଲ, ଡାକ୍ତର ଖରାପ । ଏ ବିବାଦ ବୋଧହୁଏ କେବେ ସରିବ ନାହିଁ । ତେବେ ଡାକ୍ତରଙ୍କ ଅବହେଳା ଅଭିଯୋଗରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛି ଏଇ ଘଟଣା । ନିକଟରେ ପୁରୀ ସଦର ହସପିଟାଲରେ ଏମିତି ଏକ ଘଟଣା ଘଟିଛି ଯାହାକୁ ନେଇ ପୁଣି ଉଠିଛି ଡାକ୍ତରଙ୍କ ଅବହେଳାର କଥା । ଜଣେ ଅସୁସ୍ଥ ବୟସ୍କା ମହିଳାଙ୍କୁ ପୁରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କ ପରୀକ୍ଷା କରି କହିଲେ ତାଙ୍କ ମସ୍ତିଷ୍କର ଏକ ନଳୀରେ ରକ୍ତ ଜମାଟ ବାନ୍ଧି ଯାଇଛି । ଜୀବନ ପ୍ରତି ବିପଦ ଅଛି ତେଣୁ ଖୁବ୍‌ ଶୀଘ୍ର ଅଧିକ ଚିକିତ୍ସା ଆବଶ୍ୟକ । ଘର ଲୋକ ଚିନ୍ତାରେ ପଡ଼ିଗଲେ । ଭୟଭୀତ ହୋଇପଡ଼ିଲେ । କାରଣ ପୁରୀ ଡାକ୍ତରଖାନାରେ ଆଧୁନିକ ଚିକିତ୍ସା ବ୍ୟବସ୍ଥା ନାହିଁ । ତେଣୁ ମହିଳାଙ୍କ ପରିବାର ଲୋକେ ତାଙ୍କୁ ଧରି ଭୁବନେଶ୍ୱରର ଏକ ଘରୋଇ ହସପିଟାଲକୁ ଆସିଲେ । ସେଠାରେ ଡାକ୍ତରମାନେ ପରୀକ୍ଷା କରିବା ପରେ ତାଙ୍କର ଗ୍ୟାସ୍‌ ହୋଇଥିବା ଜାଣି ଆବଶ୍ୟକ ଚିକିତ୍ସା କଲେ ଓ ମହିଳା ଜଣକ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।

ଘଟଣା ଘଟିଥିଲା ଗତ ୨୨ ତାରିଖ ଦିନ । ସେଦିନ ସନ୍ଧ୍ୟାରେ ସିଦ୍ଧ ମହାବୀର ନରସିଂହ ପାଟଣାର ୬୫ ବର୍ଷ ବୟସ୍କା ବୀଣାପାଣି ମହାନ୍ତିଙ୍କୁ ପୁରୀ ଡାକ୍ତରଖାନାକୁ ଆଣିଥିଲେ ପରିବାର ଲୋକେ । ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରି ଗୁରୁତର ଅସୁସ୍ଥ ଓ ବ୍ରେନ୍‌ରେ ରକ୍ତ ଜମାଟ ବାନ୍ଧିଛି ବୋଲି କହିଥିଲେ । ଡାକ୍ତରଙ୍କ ପରାମର୍ଶରେ ବୀଣାପାଣିଙ୍କୁ ଭୁବନେଶ୍ୱର ଆଣି ଚିକିତ୍ସା କରାଗଲା ଏବଂ ମାତ୍ର ଦୁଇଟି ଇଞ୍ଜେକସନ୍‌ରେ ଭଲ ହୋଇଗଲେ । ତେଣୁ ପୁରୀରେ ଡାକ୍ତରମାନେ କିଭଳି ତାଙ୍କର ଯାଞ୍ଚ କଲେ ଓ ଗୁରୁତର ବୋଲି ଘୋଷଣା କଲେ ତାହା ବୁଝି ହେଉନାହିଁ ।

ଆମେ ଏଠାରେ କହି ରଖୁଛୁ ଯେ ବୀଣାପାଣିଙ୍କ ଭଳି ଅନେକ ରୋଗୀ ଏପରି ସ୍ଥିତିର ସାମନା କରିଛନ୍ତି । ଡାକ୍ତରଙ୍କ ଭୁଲ ଯାଞ୍ଚ୍‌ରେ ଅଯଥା ଅର୍ଥଶ୍ରାଦ୍ଧ କରି ହଇରାଣ ହୋଇଛନ୍ତି । ଏହାକୁ ନେଇ ବୀଣାପାଣିଙ୍କ ପରିବାର ଲୋକେ ପ୍ରଶାସନ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି । ଏମିତି ଭୁଲ ଯାଞ୍ଚ କରି ରୋଗୀଙ୍କ ଜୀବନ ସହ ଖେଳୁଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।

 

 

 

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago