ବରଗଡ଼ ସଦର ବ୍ଳକ ଧଉଁରାଖନ୍ଦା ଗାଁରେ ବ୍ୟାପୁଛି ଝାଡ଼ାବାନ୍ତି, ୫୧ ଆକ୍ରାନ୍ତ

ବରଗଡ଼ : ଝାଡ଼ାବାନ୍ତି ଆତଙ୍କ, ୫୧ ଆକ୍ରାନ୍ତ । ବରଗଡ଼ ସଦର ବ୍ଳକ ନିଲେଶ୍ବର ପଞ୍ଚାୟତ ଧଉଁରାଖନ୍ଦା ଗାଁରେ ବ୍ୟାପୁଛି ଝାଡାବାନ୍ତି । ଗାଁର ପ୍ରାୟ ୫୧ ଜଣ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ଗାଁକୁ ମେଡିକାଲ ଟିମ୍ ପହଞ୍ଚି ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦେଉଛନ୍ତି । ଝାଡାବାନ୍ତିର କାରଣ ଅସ୍ପଷ୍ଟ ଥିବା ବେଳେ RWSS ବିଭାଗ ପକ୍ଷରୁ ପାନୀୟ ଜଳ ପରୀକ୍ଷଣ ପାଇଁ ପଠାଯାଇଛି।

You might also like