ବ୍ୟାପୁଛି ଝାଡାବାନ୍ତି, ୨୦ଟି ପରିବାର ଆକ୍ରାନ୍ତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ବାଟଗାଁ ପଞ୍ଚାୟତ ସାହାଲା ଗାଁରେ ଝାଡାବାନ୍ତି ।  ପ୍ରାୟ ୨୦ଟି ପରିବାରର ୩୦ରୁ ଅଧିକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି ।  ଖବର ପାଇ ବିରାଶାଳ ମେଡିକାଲର ଏକ ଟିମ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଝାଡାବାନ୍ତିରେ ଆକ୍ରାନ୍ତ ଥିବା ଲୋକଙ୍କୁ ଭେଟି ଚିକିତ୍ସା କରିବା ସହ ମେଡିସିନ,ଓଆରଏସ ମଧ୍ୟ ଦିଆଯାଇଛି ।  ସଠିକ ସମୟରେ ମେଡିସିନ ଖାଇବା ସହ ପାଣି ଫୁଟାଇ ପିଇବାକୁ ପରାମର୍ଶ ଦିଆଯାଇଛି ।  ଗାଁକୁ ସଂଯୋଗ କରୁଥିବା ଓଭର ହେଡ ଟାଙ୍କିରୁ ପାଣି ପାଇପ ବିଭିନ୍ନ ସ୍ଥାନରେ ଫାଟିଯାଇଛି।

ଷ୍ଟାଣ୍ଡ ପୋଷ୍ଟ ଚାରିପାଖ ଅପରିଷ୍କାର  ରହିଛି ।  ବିରାଶାଳରୁ ଏକ ସ୍ବେଛାସେବୀ ଟିମ ଗାଁରେ ପହଞ୍ଚି ଆକ୍ରାନ୍ତ ଥିବା ଲୋକଙ୍କୁ ପାଉଁରୁଟି ଓ ଶୁଖିଲା ଖାଦ୍ୟ ଯୋଗାଇ ଦେଇଛନ୍ତି ।  ଗାଁ ଚାରିପଟେ ବ୍ଲିଚିଂ ପାଉଡର ଓ ଫିନାଇଲ ମଧ୍ୟ ପକାଯାଇଛି ।

Also read: ବରଗଡ଼ ସଦର ବ୍ଳକ ଧଉଁରାଖନ୍ଦା ଗାଁରେ ବ୍ୟାପୁଛି ଝାଡ଼ାବାନ୍ତି, ୫୧ ଆକ୍ରାନ୍ତ

You might also like