ବାଙ୍କୀରେ ଝାଡ଼ାବାନ୍ତି ଆତଙ୍କ, ଦୂଷିତ ପାଣି ଯୋଗୁଁ ଡାଇରିଆ ବ୍ୟାପୁଥିବା ଗ୍ରାମବାସୀଙ୍କ ଅଭିଯୋଗ

ବାଙ୍କୀ : ବାଙ୍କୀ ଡମପଡ଼ା ବ୍ଲକ୍ ହରିରାଜପୁର ଗାଁରେ ଝାଡ଼ାବାନ୍ତି । ୪୨ ଜଣ ଆକ୍ରାନ୍ତ ନିକଟସ୍ଥ ବାଙ୍କୀ ଉପଖଣ୍ଡ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେବା ପରେ ଘରକୁ ଫେରିଛନ୍ତି। ଏବେ ବି ଦୁଇ ଜଣ ଚିକିତ୍ସିତ ହେଉଛନ୍ତି । ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ମହାନଦୀରୁ ଆସୁଥିବା ପାଣି ପିଇ ଝାଡ଼ାବାନ୍ତି ବ୍ୟାପିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।
ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ମହାନଦୀରୁ ଯେଉଁ ସ୍ଥାନରୁ ପାଣି ଆସୁଛି । ଅତି ଦୂଷିତ ପାଣି ଯେଉଁଠି ଲୋକେ ପୋଖରୀ ଭଳି ଗାଧୋଇବାରେ ବ୍ୟବହାର କରୁଛନ୍ତି । ଏବେ ଗାଆଁରେ ଏକ ଟିମ୍ ଯାଇ ଘରକୁ ଘର ବୁଲି ସ୍ଵାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି । ମହାନଦୀରୁ ଯେଉଁ ପାଣି ପିଇବା ପାଇଁ ଆସୁଛି, ସେ ପାଣିକୁ ପରୀକ୍ଷା ପାଇଁ ପଠାଯାଇଛି । ଏବେ ସ୍ଥିତି ଅଛି ଅଧିକ ବ୍ୟାପିଲେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବନବାସି ବେହେରା ସୂଚନା ଦେଇଛନ୍ତି ।
Also read: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚାନ୍ଦୋତରା ଗାଁରେ ଝାଡ଼ାବାନ୍ତି ଆତଙ୍କ, ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା…