କଣାସରେ ଅଣାୟତ ସ୍ଥିତି: ବ୍ୟାପୁଛି ଡାଇରିଆ, ୪୦ରୁ ଅଧିକ ଲୋକ ଆକ୍ରାନ୍ତ

ପିପିଲି: ପୁରୀ ଜିଲ୍ଲା କଣାସରେ ଅଣାୟତ ହେଉଛି ସ୍ଥିତି ।  ଝାଡାବାନ୍ତିରେ ୪୦ରୁ ଅଧିକ ଆକ୍ରାନ୍ତ ହେଲେଣି ।  କଣାସ ବ୍ଲକର ବିଭିନ୍ନ ଗାଁରେ ବ୍ୟାପିଛି ଝାଡ଼ାବାନ୍ତି ।  ଦୂଷିତ ପାଣି ଯୋଗୁଁ ଝାଡ଼ାବାନ୍ତି ବ୍ୟାପୁଥିବା ସନ୍ଦେହ କରାଯାଉଛି । ଗଡ଼ିଶାଗୋଦା, ଗୋପୀନାଥପୁର, ଜାଗୁଳାଇପଦର ଓ ଯାମଳଗୋଦା ଗାଁରେ ଏକାଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି ।

ଗତ କାଲିଠାରୁ ଆଜି ପର୍ଯ୍ୟନ୍ତ ଗଡ଼ିଶାଗୋଦା ଓ କଣାସ ମେଡିକାଲରେ ଚିକିତ୍ସା ହେଲେଣି ବହୁ ଝାଡ଼ାବାନ୍ତି ରୋଗୀ ।  ୮ ଦିନ ତଳେ ନୂଆଗାଁର ସାରଥୀ ପ୍ରଧାନଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସେହିପରି ଗତକାଲି ସେହିଗାଁର ସଚଳା ସାହୁଙ୍କର ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ।  ଯାହାକୁ ନେଇ ଗାଁ ଲୋକ ମାନେ ଭୟଭିତ ଅଛନ୍ତି । ତେବେ ଡାଇରିଆର ଅନୁଧ୍ୟାନ ପାଇଁ ପୁରୀ ଓ ଭୁବନେଶ୍ୱରରୁ ଆସିପାରନ୍ତି ଡାକ୍ତର ଓ ବେଶେଷଜ୍ଞ ଦଳ । ସ୍ଥିତିକୁ ଆଖି ଆଗରେ ରଖୀ କଣାସ ମେଡିକାଲରେ ୨୮ ଶଯ୍ୟା ବିଶିଷ୍ଟ ଏକ ସ୍ୱତନ୍ତ୍ର ୱାର୍ଡ ପ୍ରସ୍ତୁତ କରାଯାଇଛି ।  ନଦୀପାଣି ବ୍ୟବହାର ଯୋଗୁ ଝାଡାବାନ୍ତି ବ୍ୟାପୁଥିବା ସନ୍ଦେହ କରାଯାଉଛି ।

 

You might also like