ବିଷାକ୍ତ ଦୟା ନଦୀ ପାଣି, କଣାସରେ ଝାଡ଼ାବାନ୍ତିରେ ୪ଜଣଙ୍କ ମୃତ୍ୟୁ ଅଭିଯୋଗ

ପୁରୀ : ବ୍ୟବହାର ଯୋଗ୍ୟ ନୁହେଁ ଦୟା ନଦୀ ପାଣି ।  ପୁରୀ ଜିଲ୍ଲା କଣାସରେ ଝାଡ଼ାବାନ୍ତିରେ ୪ଜଣଙ୍କ ମୃତ୍ୟୁ ଅଭିଯୋଗ ପରେ ତତ୍ପର ହୋଇଛି ପ୍ରଶାସନ ।  ଦୟା ନଦୀ ଜଳକୁ ଆଦୌ ବ୍ୟବହାର ନ କରିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ ।  ଦୟା ନଦୀ ଜଳ ପରୀକ୍ଷା ପରେ ସମ୍ପୂର୍ଣ୍ଣ ପ୍ରଦୁଷିତ ଓ ପାନୀୟ ଉପଯୋଗୀ ହୋଇନଥିବା ଜଣାପଡ଼ିଛି ।

ସେଥିପାଇଁ ନଦୀ ପାଣି ଆଦୌ ବ୍ୟବହାର ନ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।  ଏନେଇ ଆଜି ନଦୀ କୂଳରେ ବାଡ଼ ପକାଯିବ ।  ୪ଜଣଙ୍କ ମୃତ୍ୟୁ ଅଭିଯୋଗ ପରେ ଘଟଣାସ୍ଥଳକୁ ଏଡ଼ମିଏଓ ଓ ଭେଷଜ ବିଶେଷଜ୍ଞ ଗସ୍ତ କରିଛନ୍ତି ।

ତେବେ ଝାଡ଼ାବାନ୍ତିରେ ୪ ଜଣଙ୍କ ମୃତ୍ୟ ହୋଇଛି ନାଁ ନାହିଁ ତାହା ସବିଶେଷ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ସିଡିଏମଓ କହିଛନ୍ତି ।  ଗତକାଲି ଅତିରିକ୍ତ ଜିଲ୍ଲାପାଳ, ଏଡିଏମ ,ସିଡିଏମଓଙ୍କ ସହ ବିଭିନ୍ନ ଅଧିକାରୀଙ୍କୁ ନେଇ ଯୁଗ୍ମ ଯାଞ୍ଚ କରାଯାଇଥିଲା ।

Also read:ବ୍ୟାପୁଛି ଝାଡାବାନ୍ତି, ୨୦ଟି ପରିବାର ଆକ୍ରାନ୍ତ

You might also like