ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚାନ୍ଦୋତରା ଗାଁରେ ଝାଡ଼ାବାନ୍ତି ଆତଙ୍କ, ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ

ବଲାଙ୍ଗୀର : ଝାଡ଼ାବାନ୍ତିରେ ଜଣେ ମୃତ, ୩୦ରୁ ଅଧିକ ଆକ୍ରାନ୍ତ। ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚାନ୍ଦୋତରା ଗାଁରେ ଝାଡ଼ାବାନ୍ତି ଆତଙ୍କ। ଗାଁର ପ୍ରାୟ ୩୦ରୁ ଅଧିକ ଲୋକ ଡାଇରିଆରେ ଆକ୍ରାନ୍ତ ହେଇ ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।  ଏଥିରେ ଜଣେ ମହିଳା କୁନ୍ତଳା ରଣାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।  ଆକ୍ରାନ୍ତଙ୍କୁ ପ୍ରଥମେ ସିନ୍ଧେକେଲା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା।

ପରେ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ବଲାଙ୍ଗୀର, ଟିଟିଲାଗଡ଼, ଭବାନୀ ପାଟଣା, ଖଡ଼ିଆଳ ଆଦି ବିଭିନ୍ନ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।  ଝାଡ଼ାବାନ୍ତି ଫଳରେ ଗାଁରେ ଆତଙ୍କର ବାତାବରଣ ରହିଛି ।  ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚାନ୍ଦୋତୋରା ଗାଁରେ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ଦୂଷିତ ନଦୀ ପାଣି ପାଇଁ ଝାଡ଼ାବାନ୍ତି ବ୍ୟାପିଥିବା ସନ୍ଦେହ କରାଯାଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like