ଇସ୍ତଫା ଦେଲେ କି ବିଷ୍ଣୁପଦ ସେଠୀ ! ସୋସିଆଲ ମିଡିଆରେ ଘୂରି ବୁଲୁଛି ଇସ୍ତଫା ଚିଠି

ଭୁବନେଶ୍ୱର : ସିବିଆଇ ରେଡ୍ ଚାଲିଥିବା ବେଳେ ଇସ୍ତଫା ଦେଲେ କି ବିଷ୍ଣୁପଦ ସେଠୀ ! ତାଙ୍କ ବାସଭବନରେ ସିବିଆଇ ରେଡ୍ ଚାଲିଥିବା ବେଳେ ସେ ଇସ୍ତଫା ଦେବାକୁ ପ୍ରସ୍ତୁତ ଥିବା କହିଛନ୍ତି । ଏଣେ ସୋସିଆଲ ମିଡିଆରେ ଘୂରି ବୁଲୁଛି ବିଷ୍ଣୁପଦଙ୍କ ଇସ୍ତଫା ଚିଠି । ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖାଯାଇଛି । ସିବିଆଇ ରେଡ୍ ପ୍ରତିବାଦରେ ଇସ୍ତଫା କଥା ଚିଠିରେ ଉଲ୍ଲେଖ ରହିଛି ।  କିନ୍ତୁ ହାତ ଲେଖା ଚିଠିଟି ସତରେ ବିଷ୍ଣୁପଦ ଲେଖିଛନ୍ତି କି? ଚିଠିର କୌଣସି ସତ୍ୟତା ଜଣା ପଡିନାହିଁ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୌଣସି ସୂଚନା ମିଳିନି ଏ ସମ୍ପର୍କରେ  ।