ଦାରିଙ୍ଗବାଡି କଡିଙ୍ଗି ସୁଗା ଗାଁରେ ପଥର ଖୋଲରୁ ବାହାରୁଛି ଡିଜେଲ, ବାଲ୍ଟି ଓ ବୋତଲରେ ପୁରାଇ ବୋହିନେଉଛନ୍ତି ଲୋକେ

କନ୍ଧମାଳ : ଆଶ୍ଟର୍ଯ୍ୟ! ପଥର ଖୋଲରୁ ବାହାରୁଛି ଡିଜେଲ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି କଡିଙ୍ଗି ସୁଗା ଗାଁରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ତେଣୁ ଡିଜେଲ୍ ନେବାକୁ ଲୋକଙ୍କ ଭିଡ ଜମୁଛି । ଲୋକମାନେ ବାଲ୍ଟି ଓ ବୋତଲରେ ପୁରାଇ ଡିଜେଲ ବୋହିନେଉଛନ୍ତି। ଡିଜେଲ ସଂସ୍ପର୍ଶରେ ଆସି ଜଣେ ଚାଷୀଙ୍କ ଧାନ ଚାଷ ନଷ୍ଟ ହେଇଯିବା ଆଶଙ୍କା ଦେଖାଦେଇଛି। ପାଖରେ ଥିବା ଏକ ପେଟ୍ରୋଲ ପମ୍ପରୁ ଡିଜେଲ ଆସିଥିବା ଚର୍ଚ୍ଚା ହେଉଛି। ଲୋକଙ୍କ ଭିଡକୁ ଦେଖି ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି।

You might also like