ବ୍ରଜରାଜନଗରରେ ଏନ୍‌କାଉଣ୍ଟର ଘଟଣାରେ ଉତ୍ତରାଞ୍ଚଳ DIG ହିମାଂଶୁ ଲାଲ୍‌ଙ୍କ ପ୍ରତିକ୍ରିୟା, କହିଲେ ଶେଷ କରାଯିବ ଗ୍ୟାଙ୍ଗଓ୍ଵାର

ବ୍ରଜରାଜନଗର: ଗ୍ୟାଙ୍ଗଓ୍ଵାରକୁ ଶେଷ କରାଯିବ । ଏହା କହିଛନ୍ତି ଉତ୍ତରାଞ୍ଚଳ DIG ହିମାଂଶୁ ଲାଲ୍‌। ବ୍ରଜରାଜନଗରରେ ଏନ୍‌କାଉଣ୍ଟର ଘଟଣାରେ ୪ ଅପରାଧୀ ଅନନ୍ତ ଧଳ, ଶୈଳେନ୍ଦ୍ର ପାତ୍ର, ନିକି ସିଂ ଓ ରଫିକ ଅନସାରୀ ଆହତ ହୋଇଛନ୍ତି। ସେମାନଙ୍କୁ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ବୋଲି ଉତ୍ତରାଞ୍ଚଳ DIG ହିମାଂଶୁ ଲାଲ୍‌ ସୂଚନା ଦେଇଛନ୍ତି। ଏମାନେ ମଣ୍ଟୁ ଘୋଷକୁ ଗୁଳିକରି ହତ୍ୟା କରିଥିଲେ। ଅମିତ ଧଳ ହତ୍ୟାର ପ୍ରତିଶୋଧ ନେବାକୁ କରିଥିଲେ ହତ୍ୟା। 5T ମଡେଲରେ ଇନ୍‌ଭେଷ୍ଟିଗେସନ ଚାଲିଥିଲା ବୋଲି କହିଛନ୍ତି ହିମାଂଶୁ ଲାଲ ।

ଗତକାଲି ବ୍ରଜରାଜନଗରରେ ଲାଇଭ୍‌ ଫାୟାରିଂ ମର୍ଡରର ଦୃଶ୍ୟ ସିସିଟିଭ କ୍ୟାମେରାରେ କଏଦ୍‌ ହୋଇଥିଲା। ଗତକାଲି ରାତିରେ ବ୍ରଜରାଜନଗର ଲକ୍ଷ୍ମୀ କାଫେରେ ସୁମିତ ଘୋଷଙ୍କୁ ଗୁଳିମାରି ହତ୍ୟା କରିବା ପରେ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ। ସେମାନଙ୍କୁ ଧରିବାକୁ ଯାଇ ପୋଲିସ ସହରକୁ ସିଲ କରି ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ସୁମିତଙ୍କୁ ହତ୍ୟା କରି ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ମଧୁପୁର ଜଙ୍ଗଲ ନିକଟରେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ। ଗୁଳିମାଡ଼ କରି ଫେରାର ହୋଇଯାଇଥିବା ୪ ଦୁର୍ବୃତ୍ତଙ୍କୁ ପୋଲିସ ଏନକାଉଣ୍ଟର କରିଥିଲେ। ଅଭିଯୁକ୍ତମାନେ ପୋଲିସ ଉପରକୁ ଗୁଳି ଚଳାଇବାକୁ ପୋଲିସ ମଧ୍ୟ ପାଲଟା ଗୁଳିଚାଳନା କରିଥଲା। ଅପରାଧୀଙ୍କ ଠାରୁ ୨ଟି ବାଇକ, ୨ଟି ବନ୍ଧୁକ ଓ ଅଫୁଟା ଗୁଳି ଜବତ କରିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.