ନିଲମ୍ବିତ ହେଲେ DIG ରାଜେଶ ପଣ୍ଡିତ, ମହିଳା ଇନ୍ସପେକ୍ଟରଙ୍କ ଘରେ ପଶି ଦୁର୍ବ୍ୟବହାର କରିଥିବା ଅଭିଯୋଗ

ଭୁବନେଶ୍ୱର : ନିଲମ୍ବିତ ହେଲେ DIG ରାଜେଶ ପଣ୍ଡିତ । ଜଣେ ମହିଳା ଇନ୍ସପେକ୍ଟରଙ୍କ ଘରେ ପଶି ଦୁର୍ବ୍ୟବହାର କରିଥିଲେ ରାଜେଶ। ଏନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା । ଜଣେ IPS ଅଫିସରଙ୍କ ଏପରି ବିଶୃଙ୍ଖଳା ଆଚରଣ ପାଇଁ ନିଲମ୍ବିତ ହୋଇଛନ୍ତି । ଅଗ୍ନିଶମ ଓ ହୋମ ଗାର୍ଡ ବିଭାଗରେ ଡିଆଇଜି ଭାବରେ କାର୍ଯ୍ୟରତ ଥିଲେ। ରାଜେଶ ପଣ୍ଡିତଙ୍କୁ ସସପେଣ୍ଡ କରିଛନ୍ତି ରାଜ୍ୟ ସରକାର ।

ଗତ ଶନିବାର ରାତିରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ପଣ୍ଡିତ ରାଜେଶ ଉତ୍ତମରାଓ (ଆଇପିଏସ) ନିଜ କ୍ଷମତାର ଅପବ୍ୟବହାର କରି ପଦ ମର୍ଯ୍ୟାଦାର ସମ୍ମାନ ହାନି କରିଥିବାର ଅଭିଯୋଗ ମିଳିଥିଲା।  ନୀତି ଆୟୋଗର ବୈଠକରେ ଯୋଗ ଦେବା ପରେ ୪ ଦିନିଆ ଦିଲ୍ଲୀ ଗସ୍ତ ଶେଷ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବା ପରେ ଘଟଣା ସମ୍ପର୍କରେ ଅବଗତ ହୋଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି ।

ବିଶୃଙ୍ଖଳିତ ବରିଷ୍ଠ ପୋଲିସ ଅଧିକାରୀଙ୍କୁ କାର୍ଯ୍ୟରୁ ତୁରନ୍ତ ନିଲମ୍ବନ କରିବା ସହିତ ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ସଂପୃକ୍ତ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି।

ସୂଚନା ଅନୁସାରେ ଗତ ୨୭ ତାରିଖରେ କ୍ୟାପିଟାଲ ଥାନା ଅଂଚଳରେ ଜଣେ ମହିଳା ଇନ୍ସପେକ୍ଟରଙ୍କ ଘରେ ପଶି ଦୁର୍ବ୍ୟବହାର କରିଥିଲେ DIG ରାଜେଶ ପଣ୍ଡିତ। ଏହି ଘଟଣାକୁ ନେଇ ତାଙ୍କୁ ସସପେଣ୍ଡ କରାଯାଇଛି । ଗତକାଲି ଦିଲ୍ଲୀରୁ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବା ପରେ ଘଟଣା ସମ୍ପର୍କରେ ଜାଣ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଣ୍ଡିତ ରାଜେଶଙ୍କୁ କାର୍ଯ୍ୟରୁ ତୁରନ୍ତ ନିଲମ୍ବନ କରିବା ସହିତ ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ସଂପୃକ୍ତ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ତେବେ ଏହି ସସପେଣ୍ଡ ସମୟରେ ଡିଜିପିଙ୍କ ବିନା ଅନୁମତିରେ ରାଜେଶ ନିଜ ହେଡକ୍ବାର୍ଟର ଛାଡି ପାରିବେନି ବୋଲି ନିର୍ଦ୍ଦେଶ ରହିଛି ।

 

You might also like