ଦୀଘା ଜଗନ୍ନାଥ ମନ୍ଦିର ‘ ଜଗନ୍ନାଥ ଧାମ ନୁହେଁ’: ପ୍ରେସ ରିଲିଜ ଜାରି କରି ସ୍ପଷ୍ଟ କଲେ ଗଜପତି ମହାରାଜ

ଦୀଘାରେ ଜଗନ୍ନାଥ ଧାମ ନାଁକୁ ନେଇ ବିବାଦ ପ୍ରସଙ୍ଗ ।  ଆସିଲା ଗଜପତି ମହାରାଜ ଦିବ୍ୟସିଂହଦେବଙ୍କ ସ୍ପଷ୍ଟୀକରଣ ।  ଦୀଘା ଜଗନ୍ନାଥ ମନ୍ଦିର ‘ ଜଗନ୍ନାଥଧାମ ନୁହେଁ’।  ପ୍ରେସ ରିଲିଜ ଜାରି କରି ସ୍ପଷ୍ଟ କଲେ ଗଜପତି ମହାରାଜ।  ମୁକ୍ତିମଣ୍ଡପ ପଣ୍ଡିତ ସଭା ମଧ୍ୟ ତଦନୁସାରେ ମତ ଦେଇଛନ୍ତି ।

ପୁରୀ ମୁକ୍ତି ମଣ୍ଡପ ପଣ୍ଡିତ ସଭାର ମତାମତ ଆଧାରରେ ମତ ରଖିଛନ୍ତି ପୁରୀ ମହାରାଜ ।  ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମୂଳ ପୀଠ ହେଉଛି ପୁରୁଷୋତ୍ତମ କ୍ଷେତ୍ର ।   ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଚତୁର୍ଦ୍ଧାମୂର୍ତ୍ତି ପ୍ରତିଷ୍ଠା ହୋଇଥିଲେ ମଧ୍ୟ ତାହା ଜଗନ୍ନାଥ ଧାମ, ଶ୍ରୀପୁରୁଷୋତ୍ତମ କ୍ଷେତ୍ର, ଶ୍ରୀକ୍ଷେତ୍ର କିମ୍ବା ନୀଳାଚଳ ଧାମ ଭାବରେ ନାମିତ କରାଯାଇପାରିବ ନାହିଁ ।  ଶ୍ରୀକ୍ଷେତ୍ର କିମ୍ବା ନୀଳାଚଳଧାମ ମଧ୍ୟ ଦିଆଯାଇ ପାରିବନି ।

ତେଣୁ ଦୀଘାରେ ଜଗନ୍ନାଥ ମନ୍ଦିର ଜଗନ୍ନାଥଧାମ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ଗଜପତି ।  ଦୀଘାରେ ବିଗ୍ରହମାନଙ୍କୁ ସମର୍ପଣ କରାଯାଉଥିବା ନୈବେଦ୍ୟକୁ ଶ୍ରୀମହାପ୍ରସାଦ କୁହାଯାଇପାରିବ ନାହିଁ ।  ଏହାକୁ ଦୃଷ୍ଟିରେ ରଖି ଦୀଘା ଜଗନ୍ନାଥ ମନ୍ଦିରର ଉଦ୍ୟୋକ୍ତା, ଟ୍ରଷ୍ଟିଙ୍କୁ ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ନାମରେ ନାମିତରୁ କ୍ଷାନ୍ତ ରହିବାକୁ ନିବେଦନ କରିଛନ୍ତି ଗଜପତି ମହାରାଜା ।

 

Also read: ମୁଣ୍ଡ ନୁଆଁଇଲେ ମମତା, ଶେଷରେ ହଟିଲା ‘ଜଗନ୍ନାଥ ଧାମ’ ଲେଖା