ସହଜ ହେବ ବିମାନ ଯାତ୍ରା: ଆଜିଠୁ ମିଳିବ ଡିଜିଯାତ୍ରା ଆପ୍ ସୁବିଧା

ଭୁବନେଶ୍ୱର : ଆଉ ପାଦେ ଆଗେଇବ ଭୁବନେଶ୍ୱର ବିମାନବନ୍ଦର ।  ଯାତ୍ରୀଙ୍କ ସୁବିଧାଜନକ ବିମାନ ଯାତ୍ରା ପାଇଁ ଆଜିଠୁ ମିଳିବ ଡିଜିଯାତ୍ରା ଆପ୍ ସୁବିଧା । ବିନାବାଧାରେ ଏହି ଆପ୍ ମଧ୍ୟମରେ ବୋର୍ଡିଂ ସୁବିଧା ମିଳିବ । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କିଞ୍ଜାରାପୁ ଏହାର ଉଦଘାଟନ କରିବେ ।  ବର୍ତ୍ତମାନ ଦେଶର କିଛି ପ୍ରମୁଖ ବିମାନ ବନ୍ଦରରେ ଏହି ସୁବିଧା କାର୍ଯ୍ୟକାରୀ ହୋଇସାରିଛି। ଡିଜି ଯାତ୍ରା ଆପ୍ ଏକ ସ୍ମାର୍ଟ ଆଇଡେଣ୍ଟିଫିକେସନ ସିଷ୍ଟମ । ଏହା ଜରିଆରେ ଯାତ୍ରୀଙ୍କୁ ଆଉ ସିକ୍ୟୁରିଟି ଚେକ୍ କିମ୍ବା ଲମ୍ବାଧାଡ଼ିରେ ରହି ବୋର୍ଡିଂ ପାସ ସଂଗ୍ରହ କରିବାକୁ ପଡ଼ିବନାହିଁ ।

ବର୍ତ୍ତମାନ ସୁଦ୍ଧା ୩ କୋଟିରୁ ଅଧିକ ବ୍ୟକ୍ତି ଏହି ଆପ୍ ରୁ ସୁବିଧା ପାଇଛନ୍ତି ।  ପ୍ରାୟ ୫୩ ଲକ୍ଷରୁ ଅଧିକ ବ୍ୟକ୍ତି ଏହି ଆପ୍ କୁ ଡାଉନଲୋଡ କରିଛନ୍ତି । ଆଜି ଭୁବନେଶ୍ବର ବିମାନବନ୍ଦର ସହ ଅନ୍ୟ ୮ଟି ସ୍ଥାନରେ ଡିଜି ଆପ୍ ବ୍ୟବସ୍ଥାର ଉଦଘାଟନ ହେବ । ଇନ୍ଦୋର, ରାଞ୍ଚି, ପାଟନା, ରାଇପୁର, ବାଗଡୋଗରା, କୋଏମ୍ବଟୁର, ଗୋଆ ଓ ବିଶାଖାପାଟଣାରେ ଏହି ବ୍ୟବସ୍ଥାର ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ରାମମୋହନ ନାଇଡୁ ।

କ’ଣ ଏହି ଡିଜି ଯାତ୍ରା ଆପ୍ ?

ଏହାକୁ ଯାତ୍ରୀମାନେ ଆଣ୍ଡ୍ରଏଟ କିମ୍ବା ଆଇଓଏସରେ ପ୍ଲେଷ୍ଟୋରରୁ ଡାଉନଲୋଡ କରିପାରିବେ । ଏଥିରେ ପଞ୍ଜୀକରଣ କରିବା ପାଇଁ ଯାତ୍ରୀଙ୍କୁ କ୍ରମାନ୍ବୟନରେ ନିଜର ନାଁ, ଇମେଲ, ମୋବାଇଲ ନମ୍ବର ଓ ପରିଚୟ ପତ୍ର ଦାଖଲ କରିବାକୁ ପଡ଼ିବ। ଏହା ପରେ ଡିଜି ଯାତ୍ରା ଆଇଡି କ୍ରିଏଟ ହେବ । ବିମାନ ଯାତ୍ରା ପାଇଁ ଟିକେଟ ବୁକିଂ ବେଳେ ଏହି ଆଇଡି ନମ୍ବରକୁ ଦାଖଲ କରିବାକୁ ପଡ଼ିବ ।  ପ୍ରଥମ ଯାତ୍ରା ବେଳେ ଯାତ୍ରୀଙ୍କୁ ବିମାନବନ୍ଦରରେ ନିଜରେ ଆଇଡିକୁ ବୈଧ କରିବାକୁ ଅନଲାଇନରେ ଆଧାର ଭେରିଫେକେସନ କରିବାକୁ ପଡିବ ।  ପଞ୍ଜୀକରଣ ସଫଳ ହେବା ପରେ ଯାତ୍ରୀଙ୍କ ଫଟୋକୁ ଅପଲୋଡ କରିବାକୁ ପଡ଼ିବ ।  ବିମାନବନ୍ଦରରେ ପ୍ରବେଶ ପାଇଁ ଇ- ଏଣ୍ଟ୍ରି ପଏଣ୍ଟରେ ନିଜ ବୋର୍ଡିଂ ପାସକୁ ସ୍କାନ କରି ପ୍ରବେଶ କରିବେ । ବାର କୋର୍ଡ ସ୍କାନ ଦ୍ବାରା ଯାତ୍ରୀଙ୍କ ଯାତ୍ରାର ବିବରଣୀ ତନଖି ହୋଇଯିବ ।  ଫେସ ରେକଗନାଇଜେସନ ଦ୍ବାରା ଡିଜି ଯାତ୍ରା ଆଇଡି ଭେରିଫାଇ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.