କୋଲ୍ ସ୍କାମ୍ ମାମଲାରେ ଦିଲୀପ ରାୟ ଦୋଷୀ ସାବ୍ୟସ୍ତ, ଅକ୍ଟୋବର ୧୪ରେ ଦଣ୍ଡାଦେଶର ଶୁଣାଣି କରିବେ କୋର୍ଟ

ଭୁବନେଶ୍ବର: କୋଲ୍ ସ୍କାମ୍ ମାମଲାରେ ଦିଲୀପ ରାୟ ଦୋଷୀ ସାବ୍ୟସ୍ତ। ପ୍ରଥମ କେନ୍ଦ୍ରମନ୍ତ୍ରୀ ଭାବେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଦିଲୀପ। ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ଜଜ୍ ଆଜି ଦିଲୀପଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
ଅକ୍ଟୋବର ୧୪ରେ ଦଣ୍ଡାଦେଶର ଶୁଣାଣି କରିବେ କୋର୍ଟ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଦିଲୀପ କେନ୍ଦ୍ର ଇସ୍ପାତ ଓ କୋଇଲା ମନ୍ତ୍ରୀ ଥିଲେ। ୧୯୯୯ ମସିହାରେ ଝାଡ଼ଖଣ୍ଡ ଗିରିଡିହର ବ୍ରହ୍ମଡିହା କୋଲ ବ୍ଲକ୍ ଆବଣ୍ଟନରେ ଦୁର୍ନୀତିକୁ ନେଇ ଏହି ଶୁଣାଣି ହୋଇଛି ।