ପିଲାଙ୍କୁ ହକି ଖେଳ ଶିଖାଇବା ସହ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ଦିଲ୍ଲିପ ତିର୍କୀ

ରାଉରକେଲା(କେନ୍ୟୁଜ୍):  ଛୋଟ ପଲାଙ୍କୁ ହକି ଖେଳ ଶିଖାଇଲେ । ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ । ସୁନ୍ଦରଗଡ ତଲସରା ନିର୍ବାଚନମଣ୍ଡଳୀର ବାଲିଶଙ୍କରା ବ୍ଲକରେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ଦିଲ୍ଲିପ ତିର୍କୀ । ବ୍ଲକର ଶାଗବାହାଲ,ବନଡେଗା,ଲଣ୍ଡାବଗା ,କରୁଆବାହାଲ ଆଦି ସ୍ଥାନରେ ନିର୍ବାଚନୀ ସଭା କରି ଭୋଟ ଭିକ୍ଷା କରିଥିଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ । ତେବେ ପ୍ରଚାରକୁ ଯାଉଥିବା ବେଳେ କିଛି ପିଲା ହକି ଖେଳୁଥିବା ଦେଖି ଅଟକି ଯାଇଥିଲେ ଦିଲ୍ଲିପ । ଏହା ପରେ ପିଲାଙ୍କୁ ସହ ହକି ଖେଳ ବିଷୟରେ ପଚାରିବା ସହ ଖେଳିବା ଶିଖାଇଥିଲେ । ପରେ ପିଲାଙ୍କୁ ଚକଲେଟ ଦେବା ସହ ହକି ଖେଳିବାକୁ ପରାମର୍ଶ ଦେଇଥିଲେ ।

dilip tirkey2

ବାଲିଶଙ୍କରା ବ୍ଲକରେ ପ୍ରାର୍ଥୀ ଭାବେ ଛିଡା ହୋଇଛନ୍ତି ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟା ଜୟନ୍ତୀ ଏକ୍କା । ଜୟନ୍ତୀଙ୍କୁ ଭୋଟ ଦେବାକୁ ସାଦରି ଭାଷାରେ ନିବେଦନ କରିଥିଲେ ଦିଲ୍ଲୀପ ତିର୍କୀ । ଏହା ସହ ରାଜ୍ୟ ସରକାରଙ୍କ ଯୋଜନା ଓ ଏହାର ଲାଭ ଉଠାଇବାକୁ ନିବେଦନ କରିଥିଲେ । ପ୍ରଚାର ସମୟରେ ଦିଲ୍ଲିପ ତିର୍କୀ ଓ ପ୍ରାର୍ଥୀ ଜୟନ୍ତ୍ରୀ ଏକ୍କାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ରିପୋର୍ଟର ଦେବବ୍ରତ ଜେନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.