ବିଜେଡିକୁ ଲେଉଟିବେ କି ଦିଲ୍ଲୀପ ରାୟ ? ନବୀନଙ୍କୁ ଭେଟିବା ପରେ ଚର୍ଚ୍ଚା ଜୋର ଧରିଲା

ଭୁବନେଶ୍ୱର (କେ ନ୍ୟୁଜ୍‌) : ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ଦୀଲୀପ ରାୟଙ୍କର ଘର ବାହୁଡ଼ା ହେବକି? ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଧାୟକ ଦିଲ୍ଲୀପ ରାୟ ବିଜେଡି ଫେରିବା ନେଇ ସଙ୍କେତ ମିଳିଛି। ଆଜି ସେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । କିଛି ସମୟ ସେଠାରେ ରହି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପରେ ଫେରିଥିଲେ ଦିଲ୍ଲୀପ । ଏହି ସମୟରେ ନବୀନ ନିବାସରେ ବିକ୍ରମ କେଶରୀ ଆରୁଖ ଓ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଥିଲେ । ଏହାପରେ ଚର୍ଚ୍ଚା ହେଉଛି, ଖୁବ ଶୀଘ୍ର ଦିଲ୍ଲୀପ ରାୟ ବିଜେଡିରେ ଯୋଗ ଦେଇ ପାରନ୍ତି। ଯଦିଓ ଏନେଇ ଦିଲ୍ଲୀପ ରାୟ ମୁହଁ ଖୋଲି ନାହାନ୍ତି। ନିକଟରେ ଦିଲ୍ଲୀପ ରାୟ ବିଜେପିରୁ ଏବଂ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ତାପରଠାରୁ ସେ କୁଆଡ଼େ ଯିବେ ସେନେଇ ଲାଗି ରହିଥିଲା ସସପେନ୍ସ । ଏବେ ଦିଲ୍ଲୀପ ନବୀନ ନିବାସ ଯାଇଥିବାରୁ ତାଙ୍କର ଘରବାହୁଡ଼ା ନେଇ ଚର୍ଚ୍ଚା ହେଉଛି। ଆଜି ଦିଲ୍ଲୀପଙ୍କ ସହ ଶହ ଶହ ସମର୍ଥକ ମଧ୍ୟ ନବୀନ ନିବାସରେ ଉପସ୍ଥିତ ଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.