ଦିଲ୍ଲୀପ ତିର୍କୀ ହେଲେ ହକି ଆଡହକ କମିଟି ଚେୟାରମ୍ୟାନ

କେନ୍ୟୁଜ୍(ବ୍ୟୁରୋ):  ବଦଳିଲେ ଓଡ଼ିଶା ହକି ଆଡହକ କମିଟି ଚେୟାରମ୍ୟାନ । ତାଙ୍କ ବଦଳରେ ଦିଲ୍ଲୀପ ତିର୍କୀ ହେଲେ ଆଡହକ କମିଟି ଚେୟାରମ୍ୟାନ। କ୍ରୀଡ଼ା ବିଭାଗ ଉପ ସଚିବ ଶୈଳେନ୍ଦ୍ର ଜେନା ହେଲେ ସଦସ୍ୟ ଆବାହକ।  ଭୋଳାନାଥ ସିଂହ, ରାଜେନ୍ଦ୍ର ପାଣି, ଆର.କେ ଶ୍ରୀବାସ୍ତବ, ଅଧିପ ଦାସ ହେଲେ ଆଡହକ କମିଟି ସଦସ୍ୟ, ପୂର୍ବରୁ ଭୋଳାନାଥ ସିଂହଙ୍କୁ କମିଟି ଚେୟାରମ୍ୟାନ କରାଯାଇଥିଲା ।

କେମିତି ଗ୍ରାସ ରୁଟ୍ ସ୍ତରରୁ ଆହୁରି ଭଲ ଖେଲାଲି କୁ ଚୟନ କରାଯାଇ ସେମାନଙ୍କୁ ସଠିକ ପ୍ରଶିକ୍ଷଣ ଦିଆଯିବ ତାକୁ ମୁଖ୍ୟତଃ ଧ୍ୟାନ ଦିଆଯିବ। ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀ ଙ୍କ ତତ୍ତ୍ୱାବଧାନରେ ଆଜି ଓଡିଶା ବିଶ୍ୱସ୍ତରରେ ନା କରି ପାରିଛି। ମୁଖ୍ୟମନ୍ତ୍ରୀ ସବୁବେଳେ ହକିକୁ ପ୍ରୋତ୍ସାହିତ କରିଛନ୍ତି ଓ ଆହୁରି କେମିତି ଓଡ଼ିଶାରୁ ଅଧିକ ଖେଳାଳୀ ଜାତୀୟ ଦଳରେ ଖେଳିବେ ସେନେଇ ସମସ୍ତ ପ୍ରଶିକ୍ଷଣ ଯୋଗେଇ ଦେଇଛନ୍ତି ଦିଲ୍ଲୀପ । ଏହି ଅବସରରେ ଦିଲ୍ଲୀପ କହିଛନ୍ତି  ଆମେ ଚେଷ୍ଟା କରିବୁ କେମିତି ଆହୁରି ଭଲ ପିଲାଙ୍କୁ ଚିହ୍ନଟ କରାଯିବ ଓ ତାଙ୍କୁ ପ୍ରଶିକ୍ଷଣ ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.