ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ ଉଡ଼ିବ ବିମାନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ ବିମାନ ଉଡ଼ିବ ।  ଜୁନ୍‌ ମାସରୁ ଏହି ବିମାନ ସେବା ଆରମ୍ଭ ହେବ ।  ପର୍ଯ୍ୟଟନ, ବାଣିଜ୍ୟ ଏବଂ ଏକ ବିକଶିତ ଓଡ଼ିଶା ସମ୍ଭାବନାକୁ ବୃଦ୍ଧି କରିବାରେ ସହାୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ।

ଏହା ବ୍ୟତୀତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଏହାକୁ ଇଣ୍ଡିଗୋ ବିମାନ ସେବା କାର୍ଯ୍ୟକାରୀ କରିବ ।  ସପ୍ତାହର ମଙ୍ଗଳବାର, ବୁଧବାର ଓ ଶନିବାର ଭରିବ ଉଡାଣ ବିମାନ ।  ତେବେ ଭୁବନେଶ୍ୱର ବିମାନ ବନ୍ଦରକୁ ଏଯାଏଁ ସ୍ଲଟ୍ ମଗାଯାଇନି ।

ସ୍ଲଟ୍ ମାଗିଲେ, ସିଡ୍ୟୁଲ ତିଆରି ହେବ  ।  ଏହା ଭୁବନେଶ୍ୱରରୁ ବିଦେଶକୁ ପଞ୍ଚମ ବିମାନ ସେବା ହେବ ବୋଲି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି । ସେପଟେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Also read: ଏଣିକି ଜୁନରୁ ଦୈନିକ ଭୁବନେଶ୍ୱରରୁ ବିଶାଖାପାଟଣା ଉଡ଼ିବ ବିମାନ, ଇଣ୍ଡିଗୋ ଦ୍ୱାରା ଆରମ୍ଭ ହେବ ଏହି ସେବା