ଓଡ଼ିଶା ବିମାନ ସେବାରେ ଯୋଡ଼ିହେବ ନୂଆ ଅଧ୍ୟାୟ, ଜାନୁଆରୀ ୧ରୁ ଝାରସୁଗୁଡ଼ା ଓ ୩ରୁ ଭୁବନେଶ୍ବରରୁ ସିଧାସଳଖ ଉଡ଼ିବ ବିମାନ
ଓଡ଼ିଶା ବିମାନ ଯୋଗାଯୋଗ ସେବା ହେବ ଆହୁରି ସୁଦୃଢ। ନୂଆବର୍ଷରୁ ଯୋଡ଼ି ହେବାକୁ ଯାଉଛି ନୂଆ ଅଧ୍ୟାୟ। ଜାନୁଆରୀ ୧ରୁ ଝାରସୁଗୁଡ଼ାରୁ ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ ଓମୁମ୍ବାଇକୁ ଉଡ଼ିବ ସିଧାସଳଖ ବିମାନ ସେବା। ୩ତାରିଖରୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଇନ୍ଦୋର, ଡେରାଡୁନ, କୋଚି, ଜୟପୁର, ଲକ୍ଷ୍ନୌକୁ ସିଧାସଳଖ ବିମାନ ଉଡ଼ିବ। ଏହାଦ୍ବାରା ରାଜ୍ୟର ଅର୍ଥନୈତିକ ବିକାଶ କ୍ଷେତ୍ରରେ ମାଇଲଖୁଣ୍ଟ ସାବ୍ଯସ୍ତ ହେବ ବୋଲି କୁହାଯାଇଛି।