ଭୁବନେଶ୍ବରରୁ ସିଧା ମାଲେସିଆ, ସପ୍ତାହରେ ଚାରି ଦିନ ଉଡ଼ିବ ବିମାନ

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବରରୁ ସିଧାସଳଖ କୁଆଲାଲମ୍ପୁରକୁ ଉଡ଼ିଲା ବିମାନ। ଗତକାଲି ରାତିରୁ ବିମାନ ସେବା ଆରମ୍ଭ ହୋଇଛି । ଏୟାର ଏସିଆ ବିମାନ ଗତକାଲି ରାତି ୧୨.୫୦ ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରୁ ଛାଡ଼ିଥିଲା । ଆଜି ସକାଳେ କୁଆଲାଲମ୍ପୁର ଠାରେ ପହଞ୍ଚି ସାରିଛି । ସେଠାରେ ଯାତ୍ରୀମାନଙ୍କୁ ଭବ୍ୟ ସ୍ବାଗତ ଦିଆଯାଇଛି। ଏହି ବିମାନ ସପ୍ତାହରେ ୪ ଦିନ ଯାତାୟାତ କରିବ । ବିମାନଟି କୁଆଲାଲମ୍ପୁରରୁ ବାହାରି ରାତି ୧୧ଟା ୨୦ରେ ଭୁବନେଶ୍ବରରେ ପହଞ୍ଚିବ ଏବଂ ୧୧.୫୦ରେ କୁଆଲାଲମ୍ପୁର ଅଭିମୁଖେ ଉଡ଼ାଣ ଭରିବ।

ତେବେ ପୂର୍ବରୁ ୨୦୧୭ରେ ଏୟାର ଏସିଆ ପକ୍ଷରୁ ଭୁବନେଶ୍ୱର-କୁଆଲାଲମ୍ପୁର ମଧ୍ୟରେ ବିମାନ ଚଳାଚଳ ହେଉଥିଲା । ମାତ୍ର କୋଭିଡ୍‌ ସମୟରେ ଏହାକୁ କରାଯାଇଥିଲା । ଯାହା ପୁଣି ଆରମ୍ଭ ହେବାକୁ ଯାଉଛି । ଏବେ ପୁଣି ସିଧାସଳଖ ଭୁବନେଶ୍ବରରୁ ମାଲେସିଆ ବିମାନ ଯୋଗେ ସଂଯୋଗ କରାଯାଉଛି । ସେହିପରି ଏୟାର ଏସିଆର ଭୁବନେଶ୍ବରରୁ ଚେନ୍ନାଇ, ଜୟପୁର, ନୂଆଦିଲ୍ଲୀ ଓ ଅହମଦାବାଦକୁ ସିଧାସଳଖ ବିମାନ ସେବା ରହିଛି । ସେହିପରି ବିଦେଶକୁ ବ୍ୟାଙ୍କକ, ସିଙ୍ଗାପୁର, ଦୁବାଇକୁ ସିଧାସଳଖ ବିମାନ ସେବା ବ୍ୟବସ୍ଥା ରହିଛି ।

You might also like