ଆନନ୍ଦପୁର (କେନ୍ୟଜ୍) : ଉଦ୍ଧାର କରିବାକୁ ଯାଇ ଫସିଲେ ଅଗ୍ନିଶମ କର୍ମଚାରୀ । କୁଶେଇ ନଦୀର ବନ୍ୟାରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ ଫସିଗଲେ ଅଗ୍ନିଶମ କର୍ମଚାରୀ । ଘଟଣା ଘଟିଛି ଆନନ୍ଦପୁର ବେଲବାହାଳିରେ । ବେଲବାହାଳି ଠାରେ କୁଶେଇ ନଦୀ ଉପରେ ବ୍ରିଜ ନିର୍ମାଣ କରାର୍ୟ୍ୟରେ ନିୟୋଜିତ ଥିବା ପ୍ରାୟ ୨୦ରୁ ଅଧିକ ଶ୍ରମିକ ବନ୍ୟା ପାଣିରେ ଫସି ରହିଥିଲେ । ଗ୍ରାମବାସୀ ଉଦ୍ଧାର ପାଇଁ ଘଷିପୁରା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ୟ୍ୟ ପାଇଁ ନଦୀ ଭିତରକୁ ଯାଇଥିବାବେଳେ ବୋଟରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ପରେ ଆଉ ଏକ ଉଦ୍ଧାରକାରୀ ଦଳ ପହଞ୍ଚି ଫସି ରହିଥିବା ଶ୍ରମିକ ଓ ଅଗ୍ନିଶମ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ ।
Prev Post