ଚାଷୀଙ୍କୁ କ୍ଷତିପୂରଣ ଆବଣ୍ଟନ ଆରମ୍ଭ, ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୫ ହଜାର
ଭୁବନେଶ୍ୱର : ଅଦିନିଆ ବର୍ଷା ଯୋଗୁଁ ପାଖାପାଖି ୬ ଲକ୍ଷ ୬୬ ହଜାର ଚାଷୀଙ୍କ ଫସଲ ନଷ୍ଟ ହୋଇଛି । କ୍ଷତିପୂରଣ ବାବଦରେ ୨୯୨ କୋଟି ଟଙ୍କା ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଚାଷୀଙ୍କୁ କ୍ଷତିପୂରଣ ଆବଣ୍ଟନ ଆରମ୍ଭ ହେଲାଣି । ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୫ ହଜାର ଓ ଅଣ ଜଳସେଚିତ ଜମି ପାଇଁ ୭୫୦୦ ଟଙ୍କା କ୍ଷତିପୂରଣ ଦିଆଯାଉଛି । ଭାଗ ଚାଷୀ ନେଇ କୌଣସି ଆଇନ ନାହିଁ। ଏସମ୍ପର୍କରେ ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା ହେବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।