ବିଧାନସଭାରେ ମୁଲତବୀ ପ୍ରସ୍ତାବରେ ଆଲୋଚନା, ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଉତ୍ତର ରଖିଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର : ନାରୀ ସୁରକ୍ଷା ପ୍ରସଙ୍ଗରେ ସରକାରଙ୍କୁ କଂଗ୍ରେସ ଟାର୍ଗେଟ ।  ଅନୁଗୁଳ ଜିଲ୍ଲାରେ ୫ ବର୍ଷ ବୟସର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସରକାର ନିରବ ନେଇ ବିଧାନସଭାରେ କଂଗ୍ରେସ ଆଣିଥିଲା ମୁଲତବୀ ନୋଟିସ ।  ବେଟି ବଚାଓ ବେଟି ପଢ଼ାଓ ସ୍ଲୋଗାନ ଏବେ କୁଆଡେ ଗଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ ।  ଡବଲ ଇଂଜିନ ସରକାରରେ ଆଠ ମାସରେ ୧୮ ହଜାର ମହିଳା ନିର୍ଯାତନା କେସ ହୋଇଛି ।  ନାରୀଙ୍କୁ ଉପହାସ କରାଯାଉଛି ବୋଲି କଂଗ୍ରେସ କହିଛି ।  ଏ ସରକାର ମହିଳା, ଛାତ୍ରଛାତ୍ରୀ ଏବଂ ଦଳିତ ବିରୋଧୀ ବୋଲି କହିଛି ବିଜେଡି ।  ମହିଳାଙ୍କୁ ସୁରକ୍ଷା ଦେବାକୁ ଏମାନେ ପ୍ରସ୍ତୁତ ନୁହନ୍ତି । ମୁଖ୍ୟମନ୍ତ୍ରୀ ପ୍ରତି ଥାନାକୁ ବିଜେପି କର୍ମୀଙ୍କ ଦାଉରୁ ରକ୍ଷା କରନ୍ତୁ ବୋଲି କହିଛି ବିଜେଡି । ଅନ୍ୟପଟେ ମୁଲତବୀ ଆଲୋଚନାରେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଉତ୍ତର ରଖିଥିଲେ ଆଇନ ମନ୍ତ୍ରୀ । ଆମ ସରକାରରେ ଆଇନଠାରୁ କେହି ଉର୍ଦ୍ଧ୍ବରେ ନାହାନ୍ତି । ବିରୋଧୀ ଯେଉଁ ଅଭିଯୋଗ ଆଣିଛନ୍ତି, ତାହା ତଥ୍ୟ ଉପରେ ପର୍ଯ୍ୟବେସିତ ନୁହେଁ ବୋଲି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି  ।