ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ପରିଷଦ ପକ୍ଷରୁ ଜ୍ୟୋତିଷ ଶାସ୍ତ୍ର ଉପରେ ଚର୍ଚ୍ଚା, ପଠାଣି ସାମନ୍ତ ଓ ପଣ୍ଡିତ ବାଇକୋଳି ଜୟନ୍ତୀ ପାଳିତ

ଭୁବନେଶ୍ୱର (କେ ନ୍ୟୁଜ୍) : ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ପରିଷଦ ପକ୍ଷରୁ ୧୮୪ ତମ ‘ପଠାଣି ସାମନ୍ତ’ ଓ ୧୧୧ ତମ ‘ପଣ୍ଡିତ ବାଇକୋଳି ଜ୍ୟୋତିଷ ବିଶାରଦ’ ଜୟନ୍ତୀ ପାଳିତ ହୋଇଯାଇଛି । ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ଏହି ଉତ୍ସବରେ ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ,,ମୁଖ୍ୟ ଅତିଥି ପୁର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ କାହ୍ନୁ ଚରଣ ଲେଙ୍କା, ପୂର୍ବତନ ଉନ୍ନୟନ କମିଶନର ଶ୍ରୀନିବାସ ରଥ ଏବଂ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ପ୍ରଦୋଷ ପଟ୍ଟନାୟକ ସମ୍ମାନିତ ଅତିଥି, ମୁଖ୍ୟ ବକ୍ତା ଭାବେ ଡ. ସୁରେନ୍ଦ୍ର କୁମାର ମିଶ୍ର, ସମ୍ମାନିତ ବକ୍ତା ଭାବେ ହସ୍ତରେଖା ବିଶାରଦ ଇଂ ହରିହର ସେଠୀ ଏବଂ ଜ୍ୟୋତିର୍ବିଦ୍ୟା ବାଚସ୍ପତି ତଥା ଶ୍ରୀମନ୍ଦିର ସ୍ୱତନ୍ତ୍ର ଅଧିକାରୀ ବୈକୁଣ୍ଠ ନାଥ ନାୟକ, ପ୍ରମୁଖ ଯୋଗ ଦେଇଥିଲେ ।
କାର୍ଯକ୍ରମକୁ ସଂଯୋଜନା କରିଥିଲେ । ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ପରିଷଦର ଶୀଳଭଦ୍ର ଶାସ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ଜ୍ୟୋତିଷ ଶାସ୍ତ୍ର ଉପରେ ଅନେକ ସାରଗର୍ଭକ ଆଲୋଚନା କରାଯାଇଥିଲା । ଆମ ଜୀବନରେ ଜ୍ୟୋତିଷ ଶାସ୍ତ୍ରର ମହତ୍ୱ ଏବଂ ଏହାର ଉପଯୋଗିତାକୁ ଗୁରୁତ୍ୱ ଦିଆଯାଇଥିଲା ।