ଗଞ୍ଜାମରେ ବୀଭତ୍ସ ହତ୍ୟାକାଣ୍ଡ: ପୋଖରୀ ହୁଡ଼ାରୁ ମିଳିଲା ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ

ଗଞ୍ଜାମ: ଗଞ୍ଜାମ ବଡ଼ଗଡ଼ରେ ବୀଭତ୍ସ ହତ୍ୟାକାଣ୍ଡ । ପୋଖରୀ ହୁଡ଼ାରୁ ମିଳିଲା ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ।  ଗଞ୍ଜାମ ବଡଗଡ ଥାନ ରାଇବନ୍ଧ ଗାଁରେ ହତ୍ୟାକାଣ୍ଡ ହୋଇଛି । ମୃତକ ୪୫ ବର୍ଷିୟ ଡମ୍ବୁରୁ ସ୍ବାଇଁ । ଡମ୍ବୁରୁ ସୁରତରେ ଦାଦନ ଶ୍ରମିକ ଭାବେ କାମ କରନ୍ତି ।

କିଛି ଦିନ ତଳେ ଝିଅ ଝିଅ ବାହାଘର ପାଇଁ ଗାଁକୁ ଆସିଥିଲେ । କିନ୍ତୁ ରାଇବନ୍ଧ ଗାଁର ଶଙ୍କର ସ୍ୱାଇଁଙ୍କ ପୁଅ ବାଇନାଥ ସ୍ବାଇଁ ତାଙ୍କ ମୋବାଇଲକୁ ମେସେଜ କରି ହତ୍ୟା ଧମକ ଦେଇଥିଲା । ଏନେଇ ସେ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ପୋଲିସର ସହଯୋଗରେ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିଲା । ମାତ୍ର ତିନିଦିନ ତଳେ ଶଙ୍କର ଡମ୍ବୁରୁଙ୍କ ପରିବାର ଲୋକଙ୍କୁ ଗାଲିଗୁଲଜ କରିଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି । ଶନିବାର ସନ୍ଧ୍ୟାରେ ଡମ୍ବରୁ ଗାଧେଇବା ଯିବା ପରେ ଆଉ ଫେରି ନଥିଲେ ।  ପରେ ପୋଖରୀ କୂଳରୁ ତାଙ୍କ କ୍ଷତବିକ୍ଷତ ମୃତହେଦ ଉଦ୍ଧାର କରାଯାଇଛି । ବଡ଼ଗଡ଼ ପୋଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି ।

 

Also Read: ନାଳରୁ ୪ ବର୍ଷ ଝିଅର ଗଳିତ ମୃତଦେହ, ହତ୍ୟା ସନ୍ଦେହରେ ପଡ଼ୋଶୀ ଦମ୍ପତି ଅଟକ

You might also like