ଯାଜପୁର : ଯାଜପୁର ପୌରପାଳିକା ପକ୍ଷରୁ କୁସୁମା ନିକଟରେ ଆୟୋଜନ କରାଯାଉଥିବା ବିରଜାଶ୍ରୀ ପଲିଶ୍ରୀ ମେଳାକୁ ନେଇ ବିବାଦ । ଚଳିତ ବର୍ଷ ଏହି ମେଳା ଆୟୋଜନ ପାଇଁ ଜିଲ୍ଲା ପ୍ରଶାସନ ପୌର ପ୍ରଶାସନକୁ ଅନୁମତି ନ ଦେଇ ଅନ୍ୟ ଘରୋଇ ବ୍ୟବସାୟୀକୁ ବ୍ୟବସାୟ କରିବାକୁ ଅନୁମତି ଦେଇଛି ।
ପ୍ରତିବାଦରେ ଯାଜପୁର ପୌରପାଳିକା ପକ୍ଷରୁ ରାସ୍ତାରୋକ କରାଯାଇଛି । ପ୍ରତିବର୍ଷ ଏହି ମେଳାରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସେମାନଙ୍କ ଷ୍ଟଲ ଖୋଲି ଥାଆନ୍ତି । ପ୍ରଶାସନର ଏଭଳି ନିଷ୍ପତ୍ତି ଯୋଗୁଁ ଶହ ଶହ ମହିଳା ନିରାଶ ହୋଇଛନ୍ତି ।