ଡେପୁଟେସନରେ ଯିବେ ବରିଷ୍ଠ ଆଇପିଏସ ଆଶିଷ ସିଂ, ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ପଦରେ କାର୍ଯ୍ୟ କରିବେ
ଡେପୁଟେସନରେ ଯିବେ ୨୦୦୪ ବ୍ୟାଚର ବରିଷ୍ଠ ଆଇପିଏସ ଆଶିଷ ସିଂ । ଇଣ୍ଡୋ ତିବତାନ ବର୍ଡର ପୋଲିସ (ITBP)ର IG ଭାବେ ଯୋଗଦେବେ । ୫ ବର୍ଷ ଯାଏ ସେ ଏହି ପଦବୀରେ ରହିବେ । ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ପଦରେ କାର୍ଯ୍ୟ କରିବେ ଆଶିଷ ସିଂ । ବର୍ତ୍ତମାନ ପଦରୁ ତୁରନ୍ତ ଅବ୍ୟାହତି ନେଇ ନୂତନ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି।