କି ନଦେଖିଲା ଏ ନୟନ! ଗାଡି ପଛ ପଟେ ବନ୍ଧା ହୋଇ ବୁହା ହେଲେ ଜଗନ୍ନାଥ, ଭାଇରାଲ୍ ହେଉଛି ଭିଡିଓ

ଜଳେଶ୍ବର(କେନ୍ୟୁଜ୍): ଜଗତର ନାଥ ଜଗନ୍ନାଥଙ୍କୁ ଅବମାନନା। ଜଗନ୍ନାଥଙ୍କୁ ଗାଡି ପଛରେ ଦୌଡିରେ ବାନ୍ଧି ବୁହା ଚାଲିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ୬୦ନଂ ଜାତୀୟ ରାଜପଥର ହଳଦୀପଦା ନିକଟରେ।

ଖବର ମୁତାବକ, ଓଡିଶାରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଏକ ପିକଅପ ଭ୍ଯାନର ପଛ ପଟେ ଜଗନ୍ନାଥଙ୍କୁ ଦଉଡିରେ ବନ୍ଧା ହୋଇ ନିଆ ଯାଉଛି। ଜଳେଶ୍ୱର ଥାନା ଅନ୍ତର୍ଗତ ଗୋବରଘଟା ପଂଚାୟତର ଥିବା ଶିବଶକ୍ତି ଡେକୋରେଟର ବାଲେଶ୍ୱର ଠାରେ ଗଣେଶ ପୂଜା ପେଣ୍ତାଲ ଖୋଲି ସାମଗ୍ରୀ ଅଣାଯାଉଥିବା ବେଳେ ଜଗନ୍ନାଥଙ୍କୁ ପିକଅପ ଭ୍ଯାନର ପଛପଟେ ବାନ୍ଧି ନିଆଯାଉଥିବାବେଳେ ଜଣେ କାର ଯାତ୍ରୀ ଏହାର ଭିଡିଓ ଉତ୍ତୋଳନ କରିଥିଲେ। ଯାହା ଏବେ ମୋବାଇଲରୁ ମୋବାଇଲକୁ ଭାଇରାଲ ହେବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.