ମହାପ୍ରଭୁଙ୍କ ଶୁଖିଲା ମହାପ୍ରସାଦକୁ ଅସମ୍ମାନ: ଦକ୍ଷିଣଦ୍ୱାର ପାର୍ଶ୍ୱରେ ଥିବା ପେଜନଳା ନିକଟରେ ପଡ଼ିଛି ବିଛେଇ ହୋଇ

ପୁରୀ: ମହାପ୍ରଭୁଙ୍କ ମହାପ୍ରସାଦକୁ ଅସମ୍ମାନ। ପୁରୀ ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ପାର୍ଶ୍ୱରେ ଥିବା ପେଜନଳା ନିକଟରେ ମହାପ୍ରସାଦ ପଡ଼ିଥିବା ଦେଖିବାକୁ ମିଳିଛି। ଅନେକ ସଂଖ୍ୟାରେ ତାଳପତ୍ର ଭୋଗେଇରେ ଥିବା ଶୁଖିଲା ମହାପ୍ରସାଦ ଏଣେତେଣେ ବିଛେଇ ହୋଇପଡ଼ିଛି। ଶ୍ରୀମନ୍ଦିର ରୋଷଶାଳା ନିକଟରୁ ମହାପ୍ରସାଦ ପଡ଼ି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହ ଖଣ୍ଡମଣ୍ଡଳ ଦୁର୍ଗନ୍ଧରେ ଫାଟି ପଡୁଛି।

ଯଦି ବି ଏହି ଭୋଗ ଖରାପ ହୋଇଯାଇଥାଏ ତେବେ ମାହାତ୍ମ୍ୟ ଦୃଷ୍ଟିରୁ ଏହାକୁ ଫୋପାଡ଼ିବା ଉଚିତ ନୁହେଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏହାକୁ ଫୋପାଡ଼ିବା ବଦଳରେ ଶ୍ରୀମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ ବୋଲି ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.