ବିଦ୍ୟାଳୟରେ ଶିକ୍ଷକ ନଥିବାରୁ ପାଠ ପଢ଼ା ବ୍ୟାଘାତ, ଜିଲ୍ଲାପାଳଙ୍କ ଦ୍ଵାରସ୍ତ ହେଲେ ଗ୍ରାମବାସୀ
ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ସୋଗରପସି ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀ ମାନଙ୍କର ପାଠପଢ଼ା ବ୍ୟାଘାତ ହେବା ଯୋଗୁଁ ସୋଗର ଗ୍ରାମବାସୀ ଓ ବିଦ୍ୟାଳୟର ଚେୟାର ମ୍ୟାନ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟକୁ ଆସି କଲେ ଅଭିଯୋଗ । ସୋଗରପସି ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିଲେ ମଧ୍ୟ ମାତ୍ର ୨ଜଣ ଶିକ୍ଷକ କୁ ନେଇ ୨ବର୍ଷ ହେବ ଚାଲିଛି ପାଠ ପଢ଼ା ।
ବିଦ୍ୟାୟରେ ୯୨ ଜଣ ଛାତ୍ର ଛାତ୍ରୀ ପାଠ ବଢୁଥିବା ବେଳେ ୨ଜଣ ଶିକ୍ଷକ ଅଛନ୍ତି । ଅନେକ ସମୟରେ ପ୍ରଧାନ ଶିକ୍ଷକ ସଭା ସମିତି ଏବଂ ଅଫିସ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ବେଳେ ଜଣେ ମାତ୍ର ଶିକ୍ଷକ ୫ଟି ଶ୍ରେଣୀ ର ପିଲା ମାନଙ୍କୁ ପାଠ ପଢ଼ାଇବାରେ ସମସ୍ୟା ଦେଖା ଦେଇଛି । ଗ୍ରାମବାସୀ ତଥା ସ୍କୁଲ ପରିଚାଳନା କମିଟି ଶିକ୍ଷା ଅଧିକାରୀଙ୍କୁ ସମସ୍ୟା ସମ୍ପର୍କରେ ବାରମ୍ଵାର ଅଭିଯୋଗ କରିବା ପରେ କେହି ଶୁଣୁନଥିବା ଅଭିଯୋଗ କରି ଆଜି ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି ।
ସମସ୍ୟାର ତୁରନ୍ତ ସମାଧାନ କରା ନଗଲେ ଆଗାମୀ ଦିନରେ ବିଦ୍ୟାଳକୁ ତାଲା ପକାଇବାକୁ ଚେତାବନି ଦେଉଛନ୍ତି ଗ୍ରାମବାସୀ । ବିଦ୍ୟାଳୟରେ ପ୍ରାୟ ସମୟରେ ଜଣେ ମାତ୍ର ଶିକ୍ଷକ ରହୁଥିବାରୁ ପିଲାଙ୍କ ଭବିଶ୍ୟତ ନେଇ ଖେଳ ଖେଳୁଛନ୍ତି ଶିକ୍ଷା ବିଭାଗ ବୋଲି ପ୍ରକାଶ କରିଛନ୍ତି ଅଭିଯୋଗ କାରୀ ।